ବନ୍ଧମୁଣ୍ଡାରେ ବିଦ୍ୟୁତ କାଟକୁ ନେଇ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ନିକଟରେ ଅଭିଯୋଗ
1 min read
ରାଉରକେଲା ସହରର ବନ୍ଧମୁଣ୍ଡାର କିଛି ସ୍ଥାନରେ ବାରମ୍ବାର ଅଘୋଷିତ ବିଜୁଳି କାଟ ସହିତ ତ୍ରୁଟିପୂର୍ଣ୍ଣ ବିଜୁଳି ବିଲ୍ କୁ ନେଇ ସ୍ଥାନୀୟ ବାସିନ୍ଦା ଶୀତଳ ନଗର ଅଞ୍ଚଳରେ ଥିବା ଟାଟା ପାୱାରର ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ । ସ୍ଥାନୀୟ ବାସିନ୍ଦାମାନଙ୍କ ସୂଚନା ମୁତାବକ ସେମାନଙ୍କ ଅଭିଯୋଗକୁ ଲିଖିତଭାବେ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ବାସିନ୍ଦାମାନେ ଟାଟା ପାୱାରର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ସମୟରେ ବିଦ୍ୟୁତ କାଟର କାରଣ ସମ୍ପର୍କରେ ଅଧିକାରୀ ସ୍ଥାନୀୟ ବାସିନ୍ଦାମାନଙ୍କୁ ସୂଚନା ଦେବା ସହ ସେମାନଙ୍କ ସମସ୍ୟାର ନିରାକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।