Skip to content
ରାଉରକେଲା ଇସ୍ପାତ କାରଖାନା ଅଧିନରେ ଥିବା କାଲଟା ଲୌହ ଖଣି ଓ ରକ୍ସି ଲୋଡିଙ୍ଗ ସାଇଡିଙ୍ଗ ନୂତନ ଭାବେ କାର୍ଯ୍ୟ ନିର୍ଦ୍ଦେଶ ପାଇଥିବା ଠିକା ସଂସ୍ଥା ଧନସାର ଇଞ୍ଜିନିୟରିଂ ସହିତ ଶ୍ରମିକମାନଙ୍କ ତରଫରୁ ସିଆଇଟିୟୁ ସହବନ୍ଧିତ ୟୁନାଇଟେଡ଼ ମାଇନ୍ସ ମଜଦୂର ୟୁନିୟନର ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଅନୁଯାୟୀ ପିସ୍ ରେଟ୍ ଶ୍ରମିକମାନଙ୍କ ଦୈନିକ ୨୩ ଟଙ୍କା ଓ ଟାଇମ୍ ରେଟ୍ ଶ୍ରମିକମାନଙ୍କ ଦୈନିକ ୨୮ ଟଙ୍କା ମଜୁରୀ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବାର୍ଷିକ ୫୦ ଟଙ୍କା ହିସାବରେ ଇନକ୍ରିମେଣ୍ଟ ପାଇବେ।
ଶ୍ରମିକମାନେ ସରକାରଙ୍କ ଘୋଷଣା ଅନୁଯାୟୀ ଭି ଡି ଏ ପାଇବେ। ଘରଭଡ଼ା ଓ ଘର ମରାମତି ପାଇଁ ୩୬୦୦ ଟଙ୍କା ପାଇବେ,ଏ ଡବ୍ଲୁ ଏ ଦୈନିକ ୮୮ଟଙ୍କା ୪୬ କରି ମାସକୁ ୨୩୦୦ ଟଙ୍କା ପାଇବେ।ଓଆଗନ ଲୋଡିଙ୍ଗ ରେ ୨ ରେକ୍ ର ଅଧିକ ଟଙ୍କା ପାଇବେ। ସାଇକେଲ ଏଲାଉନ୍ସ ୧୦୦ ଟଙ୍ଗା ପାଇବା ସହ ସେଠାରେ ଶ୍ରମିକ ଙ୍କ ପିଲାମାନେ ପାଠ ପଢୁଥିବା ଜାମୁଡିହି ଓ କାଲଟା ହାଇସ୍କୁଲ କୁ ଠିକା ସଂସ୍ଥା ପକ୍ଷରୁ ବାର୍ଷିକ ୩ ଲକ୍ଷ ଟଙ୍କା ପ୍ରତ୍ୟେକ ଅନୁଦାନ ଯୋଗାଇ ଦିଆଯିବା ସହ ୧୦ ଜଣ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତ ଦେବେ। କୌଣସି ଶ୍ରମିକ ଙ୍କ ସାଧାରଣ ମୃତ୍ୟୁ ହେଲେ ୧ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ପ୍ରତ୍ୟେକ ଶ୍ରମିକ ପାଇଁ ୧୦ ଲକ୍ଷ ଟଙ୍କାର ଗୋଷ୍ଠୀ ବୀମା ଠିକା ସଂସ୍ଥା କରିବେ। ଏହା ସହିତ ଶ୍ରମିକମାନେ ରହୁଥିବା ଅଞ୍ଚଳ ପାଇଁ ୨ ଟି ଆମ୍ବୁଲାନ୍ସ ଯୋଗାଇଦେବା ସହ ସାଧାରଣ ମୃତ୍ୟୁ ହେଉ କିମ୍ବା ଦୁର୍ଘଟଣା ମୃତ୍ୟୁ ସେହି ଶ୍ରମିକ ର ପରିବାରର ଜଣଙ୍କୁ ଠିକା ସଂସ୍ଥା ନିଯୁକ୍ତି ପ୍ରଦାନ କରିବେ। ରକ୍ସି ରେ ଶ୍ରମିକ ଓ ତାର ପରିବାର ଚିକିତ୍ସା ପାଇଁ ରକ୍ସି ଓ ତୋଡା ରେ ଡିସପେନସାରୀ କରିବା ସହ ଶ୍ରମିକଙ୍କ ଯାତାୟାତ ପାଇଁ ଠିକା ସଂସ୍ଥା ୧୧ ଟି ବସ୍ ଯୋଗାଇ ଦେବ। ସ୍ଥାନୀୟ ଯୁବକ ଯୁବତୀଙ୍କ ମଧ୍ୟରେ କ୍ରୀଡା ର ବିକାଶ ପାଇଁ ବାର୍ଷିକ ୧ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଠିକା ସଂସ୍ଥା ଆର୍ଥିକ ସହାୟତା ଯୋଗାଇ ଦେବା ସହ ମାଇନ୍ସ ଆଇନ ଅନୁଯାୟୀ ସମସ୍ତ ନିୟମ ପାଳନ କରିବ। ଜରୁରୀକାଳୀନ ପରିସ୍ଥିତିରେ ଶ୍ରମିକ ମାନଙ୍କୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ କଂପାନୀ ପ୍ରଦାନ କରିବ ।
ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ସେଠାରେ ଖଣି ଶ୍ରମିକ ମାନେ ସି ଆଇ ଟି ୟୁ ନେତୃତ୍ୱରେ ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶୃତି ଦେବା ସହ ୟୁନିୟନର ନେତୃତ୍ୱ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଚୁକ୍ତିନାମା ରେ ୟୁନିୟନ ପକ୍ଷରୁ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ତଥା ୟୁନିୟନର ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଉପ ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ପ୍ରଭାତ ପଣ୍ଡା, ଆନନ୍ଦମାସି ହରୋ, କୃଷ୍ଣ ବାରିକ୍, ହରିଶ୍ ରାୟ, ସୁରେଶ ମୁଦାଲି,ଗୋପୀ ମହାନ୍ତ, ସହଦେଵ ନାୟକ, ଏମ୍ କେ ସିଂହ,ପିଟର ଲୁଗୁନ,ମାଇକେଲ୍ କାଣ୍ଡୁଲାନା,ସାମୂ ମୁଣ୍ଡା,ସାରିନ ସୁରିନ, ଜୟନ୍ତୀ ସାଙ୍ଗା,ମାଗଦାଲି ମାନକି, ବିଜୟ ଟପ୍ନୋ,ପାଉଲ ମୁଣ୍ଡା ଚୁକ୍ତିନାମା ରେ ସ୍ଵାକ୍ଷର କରିଥିଲା ବେଳେ ଠିକା ସଂସ୍ଥା ପକ୍ଷରୁ ଶରତ ଚନ୍ଦ୍ର ରାମ,ଏସ ଏନ୍ ପତି ଓ ସୋନି ବିଶ୍ଵକର୍ମା ପ୍ରମୁଖ ସ୍ଵାକ୍ଷର କରିଥିଲେ। ୟୁନିୟନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶୃତି ପ୍ରଦାନ କରାଯାଇଥିଲା।
କାଲଟା ଖଣି ଓ ରକ୍ସି ଲୋଡିଙ୍ଗ ସାଇଡିଙ୍ଗ ରେ ସି ଆଇ ଟି ୟୁ ସହିତ ଠିକା ସଂସ୍ଥା ଅହିତ ନୂତନ ଚୁକ୍ତିନାମା ସ୍ବାକ୍ଷରିତ।

Post Views: 243
error: Content is protected !!