ସମାନ ନାଗରିକ ସଂହିତାକୁ ବିରୋଧ କରି ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀଙ୍କ ଶୋଭଯାତ୍ରା ଓ ଦାବିପତ୍ର ପ୍ରଦାନ

1 min read
Spread the love

ସାରା ଦେଶରେ ସମାନ ନାଗରିକ ସଂହିତା ଲାଗୁ ହେବାକୁ ନେଇ ବିରୋଧ ଜାରି ରହିଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପେଶା ଗ୍ରାମସଭା ସଂଯୋଜନା ସମିତି ପକ୍ଷରୁ ସମାନ ନାଗରିକା ସଂହିତାକୁ ବିରୋଧ ଏକ ଶୋଭାଯାତ୍ରା କରାଯାଇଥିଲା। ସମିତିର ସଭାପତି ବୁଧା ଯୋଯୋଙ୍କ ନେତୃତ୍ୱରେ ଶହ ଶହ ମହିଳା ଓ ପୁରୁଷ ଆଦିବାସୀମାନେ ଏକତ୍ରିତ ହୋଇ ସମାନ ନାଗରିକ ସଂହିତା ଲାଗୁ ହେଲେ ଆଦିବାସୀମାନଙ୍କ ଅଧିକାର ଓ ସ୍ୱତନ୍ତ୍ର କ୍ଷମତା ହ୍ରାସ ପାଇବ।

ଏହା ସହିତ ସମ୍ବିଧାନର ପଞ୍ଚମ ପରିଚ୍ଛେଦ ଅନୁସାରେ  ମଧ୍ୟ ଆସିବାସୀମାନଙ୍କ ଅଧିକାର ହ୍ରାସ ପାଇବ। ତେଣୁ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ଆଦିବାସୀମାନେ ଶୋଭାଯତ୍ରାରେ ଆସି ଅତିରିକ୍ତ ଜିଲ୍ଲପାଳଙ୍କୁ ଏକ ସ୍ମାରକପତ୍ର ଦେଇ ସମାନ ନାଗରିକ ସଂହିତାର ବିରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!