ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଦ୍ୱାରା ଚୋରୀ ଅଭିଯୋଗରେ ୪ ଗିର ଗିରଫ : ୩ ବାଇକ , ୫ ମୋବାଇଲ, ୧ ଲ୍ୟାପଟପ୍ ଜବତ

1 min read
Spread the love

ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଚାରିଜଣ ବାଇକ ଚୋର ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ଚୋରା ବାଇକ ଜବତ କରାଯାଇଛି । ଏହା ସହିତ ଏହି ଅଭିଯୁକ୍ତମାନଙ୍କଠାରୁ ୧୦ ଟି ମୋବାଇଲ ଫୋନ ଏବଂ ଗୋଟିଏ ଲାପଟପ ମଧ୍ୟ ଜବତ ହୋଇଛି। ଚାରିଜଣ ଅଭିଯୁକ୍ତ ହେଉଛନ୍ତି ବେଦବ୍ୟାସ ଅଞ୍ଚଳର ବବ୍‌ଲୁ,  ସିଂଟୋଲା ଅଞ୍ଚଳର ରୁଦ୍ର ଓରଫ ଉତ୍ତମ ସିଂ, ଟୁଙ୍ଗୁରିଟୋଲା ଅଞ୍ଚଳର ଦୀପକ କୁମାର ସାହୁ ଏବଂ ବେଦବ୍ୟାସ ମନ୍ଦିର ରୋଡ଼ ଅଞ୍ଚଳର ଟିଙ୍କୁ ଓରଫ ତ୍ରିଲୋଚନ ଦେହୁରୀ । ସମସ୍ତ ଅଭିଯୁକ୍ତ ବେଦବ୍ୟାସ ଅଞ୍ଚଳର ବୋଲି ଜଣାପଡ଼ିଛି।

ଏସମ୍ପର୍କରେ ବ୍ରାହ୍ମଣୀ ତରଙ୍ଗ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ଶାନ୍ତା ନୂତନ ସମଦ। ସୂଚନା ମୁତାବକ ଗତ ଜୁଲାଇ ୩ ତାରିଖ ଏବଂ ୮ ତାରିଖ ରାତିରେ ଦୁଇଟି ମୋଟୋର ସାଇକେଲ ଚୋରି ନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ମାମଲାର ତଦନ୍ତ କରିଥିଲେ। ଏହାପରେ ୪ ଅଭିଯୁକ୍ତଙ୍କୁ ଧରାଯାଇଛି। ସେମାନଙ୍କ ନାମରେ ପୂର୍ବରୁ କିଛି ଅପରାଧିକ ମାମଲା ରହିଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *

error: Content is protected !!