ଷ୍ଟାଡିୟମ୍ ନିର୍ମାଣ ରେ ହୋଇଥିବା ନିମ୍ନ ମାନର କାର୍ଯ୍ୟ ର ତଦନ୍ତ ତଥା ସଂପୃକ୍ତ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆପ୍ ର ଦାବି

1 min read
Spread the love

ଆମ୍ ଆଦମୀ ପାର୍ଟି ରାଉରକେଲା ତରଫରୁ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ବିନୟ ତିୱାରୀ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳ ରାଉରକେଲା ମୁନିସିପାଲ କର୍ପୋରେସନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବି ପତ୍ର ରେ ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ତଥା ରାଉରକେଲା ର ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟରେ ହୋଇଥିବା ନିମ୍ନ ମାନର କାର୍ଯ୍ୟ ର ତଦନ୍ତ ଏବଂ ସଂପୃକ୍ତ ଠିକାଦାର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ତା ସହିତ ରାସ୍ତା ଘାଟରେ ଅନେକ ସ୍ଥାନରେ ବର୍ଷା ସମୟ ରେ ପାଣି ଜମିବା ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ କମିସନର ମହୋଦୟ ଉକ୍ତ ଦାବି ଗ୍ରହଣ କରିବା ସହିତ ଉପଯୁକ୍ତ କାର୍ଯ୍ୟ ବହନ ପାଇଁ ଆଶ୍ଵାସନା ଦେଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରା, ରାଉରକେଲା ଟାଉନ ସମ୍ପାଦକ ଦୀପକ ଦାସ, ଅଧ୍ୟକ୍ଷ ଲମ୍ବୋଦର ମହନ୍ତ, ଅମରଜିତ୍ ସିଂ, ଦେବରଞ୍ଜନ ଦାସ, ରମାକାନ୍ତ ନାୟକ, ତିନ୍ତୁସ ଲାକ୍ରା, ମହେଶ ସେଠି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!