ବିରମିତ୍ରପୁର ଅଞ୍ଚଳରେ ପୁଣି ଥରେ ଜର୍ଜ ସେନା ମାଧ୍ୟମରେ ଜର୍ଜ ତିର୍କୀଙ୍କ କାର୍ଯ୍ୟକ୍ରମ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳଭାବେ ପରିଚିତ ବିରମିତ୍ରପୂର ପୂର୍ବତନ ବିଧାୟକ ତଥା ପ୍ରାୟ ୧୪ମାସ ପୂର୍ବେ କଂଗ୍ରେସ ଦଲରୁ ଇସ୍ତଫା ଦେଇଥିବା ଜର୍ଜ ତିର୍କୀ ପୁଣି ଥରେ ନିଜର ରାଜନୈତିକ ଜୀବନରେ ସକ୍ରୀୟ ହେବା କଥା ଘୋଷଣା କରିଛନ୍ତି। ପ୍ରାୟ ୧୫ ବର୍ଷ ପୂର୍ବେ ଜର୍ଜ ସେନା ମାଧ୍ୟମରେ ରାଜନୈତିକ କାର୍ଯ୍ୟ କରିଥିବା ଜର୍ଜ ତିର୍କୀ ୨୦୦୯ ମସିହାରେ ସ୍ୱାସ୍ଥୀବ ପ୍ରାର୍ଥୀ ଭାବେ ବିରମିତ୍ରପୁର ବିଧାୟକ ହୋଇଥିଲେ। ଏହା ପୂର୍ବରୁ ୧୯୯୫ ଓ ୨୦୦୦ ମସିହାରେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଲର ବିଧାୟକ ହୋଇଥିଲେ। ଏହାପରେ ୨୦୧୪ ମସିହାରେ ସମତା କ୍ରାନ୍ତି ଦଳର ଏକ ମାତ୍ର ବିଧାୟକଭାବେ ବିରମିଉର ଆସନରେ ଜିତିଥିଲେ। ଏହାପରେ ୨୦୧୮ ମସିହାରେ କଂଗ୍ରେସ ଦଳରେ ଯୋଗଦେବା ଏବଂ ପରେ ଦଳର ରାଉରକେଲା ଜିଲ୍ଲାର ସଭାପତି ହୋଇ ୨୦୧୯ ମସିହାରେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଲଢ଼ି ହାରିଯାଇଥିଲେ। ଏହାପରେ ୨୦୨୨ ମସିହା ଅପ୍ରେଲ ମାସରେ କଂଗ୍ରେସ ଦଳର ସଭାପତି ସହିତ ଦଲରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ସେ ବିଜୁ ଜନତା ଦଳରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। କାରଣ କିଛି ବର୍ଷ ପୂର୍ବେ ସେ ବିଜେଡିରେ ମିଶି ବିଜେଡି ପାଇଁ କାର୍ଯ୍ୟ କରିଥିଲେ। ଏହା ସତ୍ତ୍ୱେ ସୁଦ୍ଧା ବିଭିନ୍ନ କାରଣରୁ ସେ ବିଜେଡିରେ ଯୋଗଦେବା ସମ୍ଭବ ହୋଇ ନଥିଲା। ଏହାପରେ ନିଜର ସମର୍ଥକଙ୍କୁ ଏକାଠି କରି ବିରମିତ୍ରପୁର ଆସନରେ ୨୦୨୪ ନିର୍ବାଚନରେ ବିଧାୟକ ପାଇଁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ରବିବାର ବିରମିତ୍ରପୁର ସ୍ଥିତ ବିଆର୍‌ଆଇ କ୍ଲବ୍‌ରେ ପୁନି ଥରେ ଜର୍ଜ ସେନା ମାଧ୍ୟମରେ ଏକ ବନ୍ଧୁ ମିଳନ ଓ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସେ ନିଜର ସମର୍ଥକମାନଙ୍କୁ ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି। ସୂଚନା ମୁତାବକ ସମ୍ପ୍ରତି ବିଜେପି ଦଳର ଶଙ୍କର ଓରାମ ୨୦୧୯ ମସିହାରୁ ବିରମିତ୍ରପୁର ବିଧାୟକ ଅଛନ୍ତି। ଆସନ୍ତା ଦିନରେ ଜର୍ଜ ତିର୍କୀ ଜର୍ଜ ସେନା ମାଧ୍ୟମରେ ନିଜର ସମର୍ଥକଙ୍କୁ ସଙ୍ଗଠିତ କରି ବିଧାୟକ ପାଇଁ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ବିରମିତ୍ରପୁର ରାଜନୀତି ଚଳଚଞ୍ଚଳ ହୋଇଛି। କାରଣ ନିକଟରେ ଅନ୍ୟତମ ଆଦିବାସୀ ନେତା ତଥା ବିଜେଡିର ନେତା ହାଲୁ ମୁଣ୍ଡାରିଙ୍କୁ ବିଜେଡି ପକ୍ଷରୁ ରାଉରକେଲା ଜିଲ୍ଲାର ସଭାପତି କରାଯାଇଛି।   

Leave a Reply

Your email address will not be published. Required fields are marked *

error: Content is protected !!