ଓଡ଼ିଶାର ଗ୍ରାମୀଣ ଯୁବକମାନ ସଶକ୍ତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ
1 min read
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର ଦକ୍ଷତା ବିକାଶ ପ୍ରତିଷ୍ଠାନ, ଭୁବନେଶ୍ୱର ଏକ ପ୍ରମୁଖ ତାଲିମ ପ୍ରତିଷ୍ଠାନର ସହଭାଗିତାରେ ଏକ ପ୍ରମୁଖ ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରିଛି। ଏହି ପରିବର୍ତନଶୀଳ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ଓଡ଼ିଶାର ଦୂରବର୍ତୀ ଗ୍ରାମାଞ୍ଚଳର ଯୁବକମାନଙ୍କୁ ତାଲିମ ଜରିଆରେ ଦକ୍ଷ କରାଇ ଭବିଷ୍ୟତ ପାଇଁ ନିଯୁକ୍ତି ପ୍ରୋତ୍ସାହନ ଯୋଗାଇବା। ଏହି କାର୍ଯ୍ୟକ୍ରମର ଉଦଘାଟନୀ ବ୍ୟାଚରେ ସୁନ୍ଦରଗଡ଼ ଜିଲ୍ଲାର ଜାମଖାନି, ଗିରିସୀମା, ଝରପଲମ ଓ ମେନ୍ଦ୍ରା ଗ୍ରାମରୁ ୨୬ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ କ୍ରମାଗତ ୬ ମାସ ଧରି ଶିଳ୍ପ ବିଦ୍ୟୁତିକରଣ, ଗୁରୁତ୍ୱପୂର୍ଣ୍ଣ ମଡ୍ୟୁଲ ଯଥା ମୌଳିକ ଇଲେକ୍ଟ୍ରିକାଲ ଓ ଇଲେକଟ୍ରୋନିକ୍ସ, ଘରୋଇ ଓ ଶିଳ୍ପ ଓୟାରିଂ, ମୋଟର କଂଟ୍ରୋଲ, ଟ୍ରାନସଫର୍ମର, ଆର୍ଥିଂ, ଅଣ୍ଡରଗ୍ରାଉଣ୍ଡ କେବଲିଂ ଓ ଜଏଂଟ ପ୍ରଭୃତି ବିଭିନ୍ନ କୌଶଳଗତ ଦକ୍ଷତା ଆହରଣ କରିବେ।
ତାଲିମ କାର୍ଯ୍ୟକ୍ରମ ଅଣ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ ଓ ଅଂଶଗ୍ରହଣକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ପରବର୍ତୀ କ୍ଷେତ୍ରରେ ବ୍ୟକ୍ତିଗତ ଅଭିବୃଦ୍ଧି ଓ ଅର୍ଥନୈତିକ ସମୃଦ୍ଧିରେ ସହାୟକ ହେବ। ଏହି ତାଲିମ ପାଇଁ ପୃଥକ ବ୍ୟାଚ ବ୍ୟବସ୍ଥା କରାଯାଇ ପ୍ରଶିକ୍ଷଣ ପରିସରକୁ ବିସ୍ତାର କରାଯିବା ଲକ୍ଷ୍ୟ ରହିଛି ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସିଇଓ–ମାଇନ୍ସ, ବେଦାନ୍ତ ଆଲୁମିନିୟମର ଭି. ଶ୍ରୀକାନ୍ତ ସୂଚନା ମୁତାବକ ଏହି ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରି ଆମେ ଆନନ୍ଦିତ । ଏହା ଦ୍ୱାରା ଓଡ଼ିଶାର ଯୁବକମାନେ ଆତ୍ମ ନିର୍ଭର ହେବା ସହ ନିଜକୁ ସଶକ୍ତ କରିପାରିବେ । ଭବିଷ୍ୟତ ପାଇଁ ସେମାନେ ନିଯୁକ୍ତି ସୁଯୋଗ ସହିତ ଆତ୍ମ ନିର୍ଭର ଜରିଆରେ ଅର୍ଥନୈତିକ ସମୃଦ୍ଧି ହାସଲ କରିପାରିବେ । ଏହା ଦ୍ୱାରା ଆମ ଗୋଷ୍ଠୀର ବିକାଶ ହୋଇ ପାରିବ ।
ଏହି କାର୍ଯ୍ୟକ୍ରମରେ ତାଲିମ ନେଉଥିବା ଯୁବକମାନଙ୍କ ମଧ୍ୟରୁ ଅନ୍ୟତମ ବରୁଣ କାନ୍ତ କହିଛନ୍ତିଯେ ମୁଁ ବେଦାନ୍ତକୁ ଧନ୍ୟବାଦ ଦେଉଛି। ଏହା ଦ୍ୱାରା ଆମ ଗ୍ରାମର ବେରୋଜଗାରୀ ଯୁବକମାନଙ୍କ ପାଇଁ ତାଲିମ ବ୍ୟବସ୍ଥା ଯୋଗାଇ ପାରିଛି। ମୁଁ ସଫଳତାର ସହ ୬ ମାସର ତାଲିମ ଗ୍ରହଣ କରିବି। ଏହା ଦ୍ୱାରା ମୋ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଓ ମୋ ପରିବାର ଯତ୍ନ ପାଇଁ ସହାୟକ ହେବ।
ବେଦାନ୍ତ ଆଲୁମିନିୟମର ମାଇନସ ବ୍ୟବସାୟ ଗୋଷ୍ଠୀର ବିକାଶରେ କାର୍ଯ୍ୟ କରୁଛି। ଏହା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ତୃଣମୂଳ ସ୍ତରୀୟ କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ମହିଳା ଓ ଶିଶୁ ବିକାଶ ପାଇଁ ଆଧୁନିକ ଅଙ୍ଗନବାଡ଼ି ନନ୍ଦଘର ପରିଚାଳନା ଜରିଆରେ ସମାଜରେ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛି।