ଫାଓ ସହଯୋଗରେ ରାଉରକେଲାରେ ତୃଣମୁଳ ଫୁଟ୍‌ବଲ୍‌ କେନ୍ଦ୍ର ଆରମ୍ଭ

1 min read
Spread the love

ଭାରତୀୟ ଫୁଟ୍‌ବଲ୍‌ ମହାସଂଘ ସହଯୋଗରେ ଓଡ଼ିଶା ଫୁଟ୍‌ବଲ୍‌ ସଂଘ(ଫାଓ) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୃଣମୁଳ ସ୍ତରରେ ଫୁଟ୍‌ବଲ୍‌ ଖେଳର ପ୍ରଚାର, ପ୍ରସାର ଓ ବିକାଶ ପାଇଁ କାର୍ଯ୍ୟ କରାଯାଉଛି। ଏହି କ୍ରମରେ ଫାଓ ପକ୍ଷରୁ ରାଉରକେଲା ସହରର ଉଦିତ ନଗର ସ୍ଥିତ ମିନି ଷ୍ଟାଡିୟମ୍‌ଠାରେ ଆରମ୍ଭ ହୋଇଛି ତୃଣମୂଳ ଫୁଟ୍‌ବଲ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। କଳିଙ୍ଗ ସ୍ପୋର୍ଟ୍ସ ଫେଡେରେସନ ସହଯୋଗରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ୮ ବର୍ଷରୁ ୧୩ ବର୍ଷ ପର୍ଯ୍ୟନ୍ତ ମୋଟ ୧୩୦ଜଣ ବାଳକ ଓ ବାଳିକା ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କୁ ଫାଓ ସହଯୋଗରେ କଳିଙ୍ଗ ସ୍ପୋର୍ଟ୍ସ ଫେଡେରେସନ ମାଧ୍ୟମରେ ୫୦ଜଣରୁ ଅଧିକ ଫଉର୍ବତନ ଫୁଟ୍‌ବଲ୍‌ ଖେଳାଳୀ ପ୍ରଶିକ୍ଷଣ ଦେବେ ବୋଲି ସୂଚନା ଦେଇଛନ୍ତି ଫେଡେରେସନର ସାଧାରଣ ସମ୍ପାଦକ ସଞ୍ଜୟ ବୁବୁଟା। କେନ୍ଦ୍ର ଉଦ୍‌ଘାଟନ ଅବସରରେ ଫାଓର ବୈଷୟିକ ଉପଦେଷ୍ଟା ତଥା ପୂର୍ବତନ ଖେଳାଳୀ ସୁରଜିତ ଘୋଷ,  ଫାଓ ର ଯୁଗ୍ମ ସମ୍ପାଦକ ମହମ୍ମଦ ସାହିଦ ଜବ୍ବାର ଏବଂ ରାଜ୍ୟ ମହିଳା ଫୁଟ୍‌ବଲ୍‌ ସଂଘର ଅଧ୍ୟକ୍ଷ ସହଦେବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଘୋଷଙ୍କ ସୂଚନା ମୁତାବକ ଏହି କେନ୍ଦ୍ର ମାଧ୍ୟମରେ ଆସନ୍ତା ଦିନରେ ଅଧିକରୁ ଅଧିକ ବାଳକ ବାଳିକା ଫୁଟବଲ୍‌ ଖେଳ ପ୍ରତି ଆଗ୍ରହୀ ହେବେ।  

Leave a Reply

Your email address will not be published. Required fields are marked *

error: Content is protected !!