ଭାରତ ବିକାଶ ପରିଷଦ ରାଉରକେଲା ଶାଖାର ନୂତନ କମିଟି ଚୟନ

1 min read
Spread the love

ସାମାଜିକ ଅନୁଷ୍ଠାନ ଭାରତ ବିକାଶ ପରିଷଦର ରାଉରକେଲା ଶାଖା ପାଇଁ ନୂତନ କମିଟିର ଚୟନ କାର୍ଯ୍ୟକ୍ରମ ରାଉରକେଲା ସହରର ରାଉରକେଲା କ୍ଲବ୍‌ଠାରେ ରବିବାର ସମ୍ପନ୍ନ ହୋଇଛି୤ ଏଥିରେ ପୂର୍ବରୁ ରହିଥିବା କମିଟି ସ୍ଥାନରେ ନୂତନ କମିଟିର ଗଠନ କରାଯାଇଛି୤ ଏହି ନୂତନ କମିଟିରେ ସଭାପତିଭାବେ ବରିଷ୍ଠ ସମାଜସେବୀ ତଥା ସଙ୍ଗଠନ ଡ ଅଶୋକ କକ୍କଡ଼ ଓ ସାଧାରଣ ସମ୍ପାଦକଭାବେ ଗୋଦାବରିଶ ଶତପଥୀଙ୍କୁ ଦାୟିତ୍ବ ଦିଆଯାଇଛି୤ ସେହିଭଳି କୋଷାଧ୍ୟକ୍ଷଭାବେ ବରିଷ୍ଠ ଶିକ୍ଷାବୀତ୍‌ ବୈଷ୍ଣବ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି୤ ଏହି ନୂତନ କମିଟି ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ୤ ଏଥିରେ ଆଞ୍ଚଳିକ ସମ୍ପାଦକ, ସଂସ୍କାରଭାବେ ଅନୁପମ ଗୁପ୍ତା, ସାମ୍ମୁଖ୍ୟ ବିଭାଗର ପ୍ରାନ୍ତୀୟ ସଦସ୍ୟଭାବେ ରବି ଦାସ, ଉପସଭାପତିଭାବେ ଅସିମ ଗୁପ୍ତା, ସହ ସମ୍ପାଦକଭାବେ ସମାଜପତି ରାୟ, ସାସ୍କୃତିକ ସମ୍ପାଦକଭାବେ ବନ୍ଦିତା ମାହାତୋ, ଶିକ୍ଷା ଓ ପ୍ରୌଢ଼ ଶିକ୍ଷା ସମ୍ପାଦକ ଭାବେ ସସ୍ମିତା ମହାପାତ୍ର, ମହିଳା ଓ ଶିଶୁ ବିଭାଗର ସମ୍ପାଦକଭାବେ ବିନିତା ଅଗ୍ରୱାଲ, ସାଙ୍ଗଠନିକ ସମ୍ପାଦକଭାବେ ଜିତେନ୍ଦ୍ର ପ୍ରସାଦଙ୍କ ସମେତ ଉପଦେଷ୍ଟା ଭାବେ ରାକେସହ ଗୋୟଲ ଓ ସନତ ଅଧିକାରୀଙ୍କୁ ଚୟନ କରାଯାଇଛି୤ ଏହି ନୂତନ କମିଟି ଆସନ୍ତା ଦିନରେ ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ସୂଚନା ଦିଆଯାଇଛି୤

Leave a Reply

Your email address will not be published. Required fields are marked *

error: Content is protected !!