Skip to content
ରାଉରକେଲା ସହରର ସେକ୍ଟର-୩ ସ୍ଥିତ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ନେକ୍ସ ଜେନ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ ଟାଇକାନ୍ଡୁର ବିଭିନ୍ନ ବର୍ଗର ବେଲ୍ଟ ନିମନ୍ତେ ପରୀକ୍ଷା ଓ ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସିଆର୍ପିଏଫ୍ ୧୯ତମ ବାଟାଲିୟନ୍ର କମାଣ୍ଡାଣ୍ଟ ମନୋଜ କୁମାର ଯୋଗଦେଇଥିଲେ। ଏହା ସହିତ ୧୯ତମ ବାଟାଲିୟନ୍ର ସେକେଣ୍ଡ ଇନ୍ କମାଣ୍ଡ ଡି କିଣ୍ଡୋ, ଇଣ୍ଡିଆନ ତାଇକାନ୍ଡୁ ୟୁନିଅନ୍ର ପ୍ରତିଷ୍ଠାତା ସମ୍ପାଦକ ମୁକେଶ ସାହୁ ଏବଂ ନେସନ ଫାଷ୍ଟ ଟିଭିର ନିର୍ଦ୍ଦେଶକ ସଞ୍ଜୟ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ୟେଲୋ, ଗ୍ରିନ୍, ବ୍ଲୁ, ରେଡ୍ ଏବଂ ବ୍ଲାକ୍ ବେଲ୍ଟ ବର୍ଗରେ ମୋଟ ୨୨ଜଣଙ୍କର ଆବଶ୍ୟକ ଚୟନ କରାଯାଇ ପ୍ରମାଣ ପତ୍ର ଓ ବେଲ୍ଟ ଦିଆଯାଇଥିଲା। ନେକ୍ସ ଜେନ ଇନ୍ଷ୍ଟିଚ୍ୟୁଟର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ଆନନ୍ଦ ସୁନାଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷୀର୍ଥମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ।
Post Views: 341
error: Content is protected !!