Skip to content
ରାଉରକେଲା ସହରର ବିଭିନ୍ନ ଜନସମସ୍ୟା ସମ୍ପର୍କରେ ଆଲୋଚନା ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ରାଉରକେଲା ନାଗରିକ ସୁରକ୍ଷା ସମିତି ପକ୍ଷରୁ ଏକ ବୈଠକ ସ୍ଥାନୀୟ ଭଞ୍ଜଭବନ ସ୍ଥିତ ଆଦର୍ଶ ପାଠାଗାର ପରିସରରେ ଆୟୋଜିତ ହୋଇଯାଇଛି। ଗତ କିଛିଦିନ ଧରି ସମିତି ପକ୍ଷରୁ ୧୧ଦଫା ଦାବିକୁ ନେଇ ଆଲୋଚନା ଓ ଚର୍ଚ୍ଚା ଏବଂ ଆନ୍ଦୋଳନ ଚାଳିଛି। ଏହି ୧୧ଦଫା ଦାବି ମଧ୍ୟରେ ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣକାଳିନ କାର୍ଯ୍ୟକ୍ଷମ ବ୍ୟବସ୍ଥା, ଏଠାରେ ଥିବା ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଠିକ୍ଭାବେ କାର୍ଯ୍ୟକ୍ଷମ, ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ଆଦି ଅନ୍ୟତମ। ରବିବାର ହୋଇଥିବା ବୈଠକରେ ସହରର ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତି ଯଥା ବରିଷ୍ଠ ଶ୍ରମିକ ନେତା ବିଷ୍ଣୁ ମହାନ୍ତି, ସାହିତ୍ୟିକ ଓ ସଙ୍ଗଠକ ରାଜୀବ ପାଣି, ବରିଷ୍ଠ ଶିକ୍ଷାବୀତ୍ ଡକ୍ଟର ପ୍ରଭାତ ମଲ୍ଲିକ ଓ ପ୍ରଶାନ୍ତ ପତି, ସାହିତ୍ୟିକ ଓ ସ୍ତମ୍ଭକାର ଭୁପେନ ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନା କରିଥିଲେ। ଏହା ସହିତ ଏହି ଅବସରରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନର କର୍ମକର୍ତ୍ତା ଓ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହା ସହିତ କମିଟି ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବା ସହ ଆସନ୍ତା ଦିନରେ ଏଥିପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Post Views: 186
error: Content is protected !!