ଉପଖଣ୍ଡ ଡ଼ାକ୍ତରଖାନାରେ ଅବ୍ୟବସ୍ଥା ଓ ମାତ୍ରାଧିକ ଦୁର୍ନୀତି ନେଇ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି

1 min read
Spread the love

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟା ର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ପାରୁ ନଥିବା ଅଭିଯୋଗ ହୋଇଛି୤ ମାତ୍ର ତିନି ଜଣ ଡାକ୍ତରରେ ଏହି ଡାକ୍ତରଖାନା ଚାଲିବା ସହ ଶଯ୍ୟା ଅଭାବ ରୁ ରୋଗୀ ତଳେ ଶୋଇ ଚିକିତ୍ସା ଭଳି ସ୍ଥିତି ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହେଉଛି। ସରକାରୀ ଭାବେ ରୋଗୀ ଙ୍କ ପାଇଁ ଉପର ମହଲ ନିର୍ମାଣ ସହ ରୋଗୀ ରହିବା ବ୍ୟବସ୍ଥା ଥାଇ ସୁଦ୍ଧା କାର୍ଯ୍ୟକାରି କରା ନ ଯିବା ଯୋଗୁଁ ସରକାରୀ ମୂଲ୍ୟବାନ ସାମଗ୍ରୀ ସବୁ ନଷ୍ଟ ହୋଇ ପଡ଼ୁଛି। ଏହା ସହିତ ବେଆଇନ୍ ଭାବେ ଜାଲ କାଗଜ, ପତ୍ର ଦର୍ଶାଇ ବିଭିନ୍ନ ସାମଗ୍ରୀ କବାଡି ଦରରେ ବିକ୍ରୀ କରି ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି । ରୋଗି ଆସି ଅନ୍ୟତ୍ର ଫେରିଯିବା ଓ ନାନା ପ୍ରକାର ଦୁର୍ଦ୍ଦଶା ଭୋଗ କରିବା ମଧ୍ୟ ଅଭିଯୋଗ ହେଉଛି । ସେହିପରି କର୍ମଚାରୀ ଆବାସ ସ୍ଥାନଗୁଡ଼ିକ ବେଆଇନ୍ ବ୍ୟବହାର ଯୋଗୁଁ ନାହିଁ ନାହିଁ ରେ ଚାଲିଥିବା ଏହି ଚିକିତ୍ସାଳୟ ରେ ଥିବା ଉପର କ୍ୟାବିନ ଗୃହ ରେ ଜଣେ ସୁପର ଭାଇଜର ଓ କିଛି ଯୁବକ ମିଶି ସେଠି ମଦ ର ଆସର ଜମାଇ ଆସୁଥିବା ଦେଖିବାକୁ ମିଳିଛି। ସେହିପରି ଡାକ୍ତର ଖାନାର ଡାକ୍ତରଙ୍କ ବାସଗୃହରେ ଜଣେ ଆମ୍ବୁଲାନ୍ସ ଡ଼୍ରାଇଭର ଆଡ୍ଡା ଜମାଇ ବସିଛନ୍ତି। ଅପର ପକ୍ଷରେ ନିୟମିତ କର୍ମଚାରୀ ଓ ଡାକ୍ତର ସରକାରୀ ବାସ ଭବନ ନ ପାଇ ହଟହଟା ହେଉଛନ୍ତି। ସେହିପରି ଦାୟିତ୍ଵ ରେ ଥିବା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଏ ସବୁ ନେଇ ନୀରବ ଦ୍ରଷ୍ଟା ସାଜିଛନ୍ତି। ଜଣେ ବି ପି ଓ ଅଧିକାରୀ ମାସକୁ ମାତ୍ର ଦୁଇ ,ତିନି ଦିନ ଆସି ଚାଲିଯିବା ସହ ମାସ କୁ ଚାରୋଟି ଛୁଟି ସରକାରୀ ଭାବେ ପ୍ରଦାନ ନ କରି ହଇରାଣ କରିବା ଓ ଟଙ୍କା ଦେଲେ ତାହା କାର୍ଯ୍ୟକାରୀ ହେବା ଅଭିଯୋଗ  ହୋଇଛି।ଏହି ସବୁ ଅନିୟମିତତାର ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!