ବେଦବ୍ୟାସ ଲାଏନ୍ସ ଚକ୍ଷୁ ଚିକିତ୍ସାଳୟ କାର୍ଯ୍ୟନିର୍ବାହୀ କମିଟିର ମିଳିତ ବୈଠକ

1 min read
Spread the love

ରାଉରକେଲାରେ ଚାଲିଥିବା ବେଦବ୍ୟାସ ଲାଏନ୍ସ ଚକ୍ଷୁ ଚିକିତ୍ସାଳୟ କାର୍ଯ୍ୟନିର୍ବାହୀ କମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମିଟିର ବିଦାୟୀ ଅଧ୍ୟକ୍ଷ ସତିଶ ଆଜ୍‌ମିରା ନବନିର୍ବାଚିତ ଅଧ୍ୟକ୍ଷ ସୁରେଶ କେଜ୍ରିୱାଲ୍‌ଙ୍କୁ ଦାୟିତ୍ବ ଅର୍ପଣ କରିଥିଲେ। ଏହା ସହିତ ଏହି ଅବସରରେ ମାଗଣା ସ୍କ୍ରିନିଂ କ୍ୟାମ୍ପ ଇନଚାର୍ଜ – ରାଜେଶ ଅଗ୍ରୱାଲ, ଖାଦ୍ୟ ଏବଂ ସେବା ବିଭାଗ ଇନଚାର୍ଜ – ମନୋଜ ଅଗ୍ରୱାଲ, ଭିଜନ ସେଣ୍ଟର୍ସ ଇନଚାର୍ଜ – ସଞ୍ଜୟ ଅଗ୍ରୱାଲ, ରକ୍ଷଣାବେକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ ଇନଚାର୍ଜ – କମଲେଶ ସାରଦା, ପ୍ରଚାର ଇନଚାର୍ଜ – ସନ୍ଦୀପ ଅଗ୍ରୱାଲ, ସାଇଟ୍ ଇନଚାର୍ଜ – ଅତୁଲ ସାଙ୍ଗଭି ଆଦି ନବ ନିର୍ବାଚିତ କମିଟିଓର କର୍ମକର୍ତ୍ତା  ଉପସ୍ଥିତ ରହି ଏକତ୍ରିତଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ। ଏଥିରେ ଚାଟାର୍ଡ ଏକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲ ଏବଂ ସଞ୍ଜୟ ଅଗ୍ରୱାଲ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଭାବେ ମନୋନୀତ ହୋଇଥିଲେ। ଉପଦେଷ୍ଟାଭାବେ ସୁନୀଲ ଗୌତମ ଏବଂ ହରିଓମ ବନସଲଙ୍କୁ କମିଟିରେ ନିଆଯାଇଥିଲା। ଶ୍ରୀ କେଜ୍ରିୱାଲ ଏହି ଅବସରରେ ତାଙ୍କ ବକ୍ତବ୍ୟରେ ଚିକିତ୍ସାଳୟ ପାଇଁ ଏକ ନୂତନ ମେସିନ ମାଧ୍ୟମରେ ଚକ୍ଷୁ ଚିକିତ୍ସା ବ୍ୟବସ୍ଥା ହେବ ବୋଲି କହିଥିଲେ। ଏହା ସହିତ ଗ୍ରାମାଞ୍ଚଳରେ ଏହି ଡାକ୍ତରଖାନାର ଏକ ଶାଖା ଖୋଲାଯିବ ବୋଲି ସୂଚନା ଦିଆଯାଇଛି। କମଲପତ ଡାଲମିଆଙ୍କ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚ ଗୋପାଳପୁରଠାରେ କ ନିଶୁକ୍ଳ ଭିଜନ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରରେ ତାଲିମପ୍ରାପ୍ତ ଚକ୍ଷୁ ଚିକିତ୍ସା ସେବା ପ୍ରଦାନକାରୀଙ୍କୁ ନିଯୁକ୍ତି ସହିତ ଚିକିତ୍ସା ନିମନ୍ତେ ଆଧୁନିକ ଉପକରଣ ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ନୂତନ ଚକ୍ଷୁ ଚିକିତ୍ସକ, ଦନ୍ତ ଚିକିତ୍ସକ  ନିଯୁକ୍ତି କରାଯିବ ବୋଲି ଶ୍ରୀ କେଜ୍ରିୱାଲ କହିଥିଲେ।    

Leave a Reply

Your email address will not be published. Required fields are marked *

error: Content is protected !!