ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟରତ ସ୍ୱତନ୍ତ୍ର ଅନୁଷ୍ଠାନ ‘ଶ୍ରଦ୍ଧା’ ପକ୍ଷରୁ ଅଭିଭାବକ ସଚେନତା କାର୍ଯ୍ୟକ୍ରମ   

1 min read
Spread the love

ନିମନ୍ତ୍ରିତ ଅତିଥି ଏବଂ ଶ୍ରଦ୍ଧା ର ସ୍ଵତନ୍ତ୍ର ପିଲାମାନେ ମିଶି ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ସଭାପତି ଶ୍ରୀ  ଚାଟାର୍ଜୀ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସଙ୍ଗେ ସଙ୍ଗେ ଉଭୟ ଅଭିଭାବକ ତଥା ବାପା ଓ ମାଆ ଏବଂ ତାଙ୍କର ସହୋଦର ମାନେ ଏହି ପିଲାମାନଙ୍କ ବିଷୟରେ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ଆଇନ ଓ ଅଧିକାର ବିଷୟରେ ସଚେତନ ହେବା ଆବଶ୍ୟକ ବୋଲି ମତ ଦେବା ସହିତ ନିୟମିତ ଭାବେ ଅନୁଷ୍ଠାନ କୁ ଆସି ସେମାନଙ୍କ ର ତାଲିମ ଓ ସ୍ଵତନ୍ତ୍ର ପାଠପଢ଼ା ବିଷୟରେ ଶିକ୍ଷକ ମାନଙ୍କଠାରୁ ବୁଝିନେବା ଜରୁରୀ ବୋଲି ମତ ଦେଇଥିଲେ । ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କର ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ପି.ପି.ଟି ମାଧ୍ୟମରେ “ଭିନ୍ନକ୍ଷମ ଙ୍କ ଅଧିକାର ଓ ଆଇନ-୨୦୧୬” ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେ  ଭିନ୍ନକ୍ଷମତା ର ପ୍ରକାର, ଶିକ୍ଷା-ନିଯୁକ୍ତି , ଦାରିଦ୍ର୍ୟ ଦୂରୀକରଣ ର ଯୋଜନା ,  ବାଧାବିହୀନ ଯାତାୟତ, ଭୋଟ ଦେବାର ଅଧିକାର, ସମାନତା ର ଅଧିକାର, ସୂଚନା ଓ ଯୋଗାଯୋଗ, ଖେଳ, ଫୁରସତ ଓ ଚିତ୍ତବିନୋଦନ , ଅପରାଧ ଓ ଦଣ୍ଡବ୍ୟବସ୍ଥା ତଥା ସମସ୍ତ ମୌଳିକ ଅଧିକାର ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସୂଚନା ଦେଇଥିଲେ । ସମ୍ମାନୀୟ ଅତିଥି  ସନ୍ତୋଷ କୁମାର ସାହୁ ଓ ଆଶିର୍ବାଦ ସାମଲ ଅଭିଭାବକ ଙ୍କ ଭୂମିକା ଉପରେ ମତାମତ ରଖିଥିଲେ ।ଶ୍ରୀ ସାହୁ କହିଥିଲେ ଯେ ସୂର୍ଯ୍ୟଙ୍କୁ ଯେପରି ଆମେ ଖରା, ବର୍ଷା ଓ ଶୀତ ତଥା ଝଡିବର୍ଷାରେ ପ୍ରତ୍ୟେକ ଦିନ ଅନୁଭବ କରିଥାଉ ସେପରି ଅଭିଭାବକମାନେ ପିଲାମାନଙ୍କ ପଛରେ ରହି ସେମାନଙ୍କ ର ପ୍ରତ୍ୟେକ କାର୍ଯ୍ୟ କୁ ବୁଝିବା ଓ ବୁଝାଇବା  ଆବଶ୍ୟକ।  ଶ୍ରୀ ସାମଲ ମତାମତ ଦେଇଥିଲେ ଯେ, ବିଦ୍ୟାଳୟ ଭଳି ପିଲାମାନଙ୍କୁ ଅଭିଭାବକମାନେ ଘରେ ଅନେକ କିଛି ଶିକ୍ଷା ଦେଇ ପାରିବେ ।  ସେ ସ୍ଵତନ୍ତ୍ର ଶିକ୍ଷା ହେଉ ବା ବୈଷୟିକ ଶିକ୍ଷା ହେଉ । ସେଥିପାଇଁ ଅଭିଭାବକମାନେ ଧୈର୍ଯ୍ୟ ଧରି କାମ କରିବା ଉଚିତ । ଶ୍ରଦ୍ଧା ର ଶିକ୍ଷୟିତ୍ରୀ ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ ଏବଂ ନାଗାଲାଣ୍ଡ ରୁ ଶ୍ରଦ୍ଧା କୁ ଆସିଥିବା ଅର୍ଚ୍ଚନା ମିଞ୍ଜ ଅଭିଭାବକ ମାନଙ୍କ ସହିତ ଖୋଲା ଆଲୋଚନା କାର୍ଯ୍ୟକ୍ରମ ରେ ସେମାନଙ୍କ ର ସୁଚିନ୍ତିତ ମତାମତ ରଖିଥିଲେ । ଅଭିଭାବକ ମାନଙ୍କୁ ନି‌ୟମିତ ଅନୁଷ୍ଠାନ ର କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଓ ନିଜ ପିଲାଙ୍କ  ବି‌ଷୟରେ  ଜାଣିବା ପାଇଁ ପରାମର୍ଶ ଦେଇଥିଲେ । ଅଭିଭାବକ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଅନୁପମା ଦାସ, ଆଶା ଦେବୀ , ଗୀତାଞ୍ଜଳି ବେହେରା ଙ୍କ ସମେତ ୪୦ ରୁ ଉର୍ଦ୍ଧ୍ବ ଅଭିଭାବକ ଅଂଶ ଗ୍ରହଣ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ,  ସୁକୁମାର ପାଣ୍ଡବ, ଇତିଶ୍ରୀ ଦାସ, ଧିରେନ କୁମାର ଓଝା, ପ୍ରଭାତୀ ପ୍ରଧାନ ଏବଂ ସନ୍ତୋଷୀ କୁମ୍ଭାର ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ସ୍ଵୟଂପ୍ରଭା ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!