ରାଉରକେଲା ଶିଳ୍ପ ଓ ବଣିକ ସଂଘର ସଭାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ଦ୍ୱାରା ଏନ୍ଏସ୍ଆଇସି ଜୀବିକା କେନ୍ଦ୍ର ପରିଦର୍ଶନ
1 min read
ରାଉରକେଲା ଶିଳ୍ପ ଓ ବଣିକ ସଂଘର ସଭାପତି ସୁନୀଲ କାୟଲଙ୍କ ସହ ଉପସଭାପତି ଗୁରୁମିତ ସିଂ ଏବଂ ନରେଶ ଆର୍ଯ୍ୟ, ଆଇଟି ସଚିବ ପ୍ରମୋଦ କୁମାର ନାଟୁଲ୍ୟ ରାଉରକେଲା ସହରର ସେକ୍ଟର-୧୫ ସ୍ଥିତ ଏନଏସଆଇସି ଜୀବିକା ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ର ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ଅଧିନରେ କାର୍ଯ୍ୟ କରୁଛି। ଏଠାରେ ରାଉରକେଲା ଇସ୍ପାତ କାରଖାନା ଏବଂ ଜାତୀୟ ଅନୁସୁଚିତ ଜନଜାତି ଅର୍ଥ ଉନ୍ନୟନ ନିଗମ ସହଯୋଗରେ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସ୍ୱାବଲମ୍ବୀ ଏବଂ ଉପାର୍ଜନକ୍ଷମ କରାଯିବା ନିମନ୍ତେ ପ୍ରଶିକ୍ଷଣ ଦିଆଯାଉଛି।

କେନ୍ଦ୍ରର ମୁଖ୍ୟ ଦୁର୍ଗାମାଧବ ନାୟକ ଏହି ଅବସରରେ ସଂଘର କର୍ମକର୍ତ୍ତାମାନଙ୍କୁ ସ୍ୱାଗତ କରିବା ସହ ଏଠାରେ ଚାଲିଥିବା ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଏଠାରେ ଚାଲୁଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଲାଇ ଦେଖାଇଥିଲେ। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ କାୟଲ ପ୍ରଶିକ୍ଷଣ ସମାପ୍ତ କରି ସାରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।