ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଶ୍ରୀଜଗନ୍ନାଥ ମନ୍ଦିରର ଭବ୍ୟ ଉଦ୍‌ଘାଟନ ଉତ୍ସବ

1 min read
Spread the love

ଭାରତର ସର୍ବବୃହତ ଆଲୁମିନିୟମ ନିର୍ମାତା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ବେଦାନ୍ତ ମିଡୋଜ ସ୍ଥିତ ଏହାର ଟାଉନ୍‌ସିପ୍‌ର ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ଭବ୍ୟ ଉଦ୍‌ଘାଟନ ଓ ଅଭିଷେକ ଉତ୍ସବ ପାଳନ କରାଯାଇଛି। ୧୯,୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ବ୍ୟାପ୍ତ ତଥା ୯,୫୦୦ ବର୍ଗଫୁଟର ରାଜକୀୟ ମେଘାନାଦ ପାଚେରୀ ସହ ଏହି ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ଚମତ୍କାର ସ୍ଥାପତ୍ୟର ଏକ ଉଲ୍ଲେଖନୀୟ ପ୍ରତୀକ। ପୁରୀ ଜଗନ୍ନାଥ ମନ୍ଦିରର ଭବ୍ୟତାରୁ ଅନୁପ୍ରାଣିତ ହୋଇ ବାସ୍ତୁଶାସ୍ତ୍ର ଅନୁସାରେ ଏହି ମନ୍ଦିରର ପ୍ରତିଟି ବିଷୟକୁ ଅତି ସୂକ୍ଷ୍ମ ଭାବେ ପ୍ରସ୍ତୁତ କରାଯାଇଛି, ଯାହା ଫଳରେ ପ୍ରତ୍ୟେକ ବିବରଣୀରେ ଦେବତ୍ୱର ଭାବ ଓ ଶତାବ୍ଦୀ ପୁରୁଣା ସଂରକ୍ଷିତ ପବିତ୍ର ପରମ୍ପରାରର ଛାପ ପ୍ରତିଫଳିତ ହୋଇଛି। ମନ୍ଦିରର ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାରେ ରହିଛି ନାଟମଣ୍ଡପ, ଜଗମୋହନ, ରେଖା ମନ୍ଦିର, ମା ଲକ୍ଷ୍ମୀ ମନ୍ଦିର ଓ ମା ବିମଳା ମନ୍ଦିର। ଏହା ସହିତ ମନ୍ଦିର ପରିସରରେ ପ୍ରଭୁ ଲୋକନାଥ, ପ୍ରଭୁ ହନୁମାନ, ପ୍ରଭୁ ଗଣେଶଙ୍କ ଉତ୍ସର୍ଗୀକୃତ ମନ୍ଦିର ଓ ଅରୁଣା ଓ ଗରୁଡ଼ ସ୍ତମ୍ଭ ରହିଛି। ଏହି ଉଦ୍‌ଘାଟନ ଉତ୍ସବରେ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଭଞ୍ଜନଗର ବିଧାୟକ ଅଳକା ମହାନ୍ତି, ଝାରସୁଗୁଡ଼ା ବିଧାୟକ ଦୀପାଳି ଦାସଙ୍କ ପ୍ରମୁଖ ଏହି ସମାରୋହରେ ଯୋଗଦେଇଥିଲେ।

ପ୍ରାୟ ବର୍ଷକ ପୂର୍ବରୁ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହୋଇଥିଲା ଏବଂ ଆଜି ଆମେ ପୂଜାର୍ଚ୍ଚନାର ଏକ ସୁନ୍ଦର ଗୃହକୁ ଦେଖୁଛୁ ବୋଲି ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ସମ୍ୱୋଧିତ କରି ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁନିଲ ଗୁପ୍ତା  କହିଛନ୍ତି। ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଅନୁସାରେ ଏହି ମନ୍ଦିର ନିର୍ମିତ ହୋଇଛି। ଏହି ନୂଆ ମନ୍ଦିର ସମଗ୍ର ଗୋଷ୍ଠୀ ପାଇଁ ପୂଜାର୍ଚ୍ଚନା ଓ ସଦ୍‌ଭାବର ଏକ ସ୍ଥଳ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ଗୁପ୍ତା କହିଥିଲେ।

ଭାରତର ସର୍ବବୃହତ ଆଲୁମିନିୟମ ଉପିାଦନକାରୀ ବେଦାନ୍ତ ଲିମିଟେଡ‌୍‍ର ଏକ ବ୍ୟବସାୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଭାରତର ଅଧା ଆଲୁମିନିୟମ ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷରେ ୨.୨୬ ନିୟୁତ ଟନ‌୍‍ ଉତ୍ପାଦନ କରାଯାଇଛି। ଏହା ସହିତ ମୂଲ୍ୟ ଯୁକ୍ତ ଆଲୁମିନିୟମ ଉପିାଦନର ଅଗ୍ରଣୀ ସଂସ୍ଥା ଯାହାକୁ ମୌଳିକ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଆଲୁମିୟମ ଶିଳ୍ପ ପାଇଁ ବିଶ୍ୱ ରେଙ୍କିଙ୍ଗ ଡାଓ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏଏସ୍‌ଆଇ) ୨୦୨୧ରେ ବେଦାନ୍ତ ଆଲୁମିନିୟ ଚତୁର୍ଥ ସ୍ଥାନରେ ରହିଛି ଯାହା ହେଉଛି ଏହାର ନିରନ୍ତରତା ବିକାଶ ପ୍ରଥାର ପ୍ରତିଫଳନ। ଭାରତରେ ବିଶ୍ୱଶ୍ରେଣୀର ଆଲୁମିନିୟମ୍‌ ସ୍ମେଲଟର, ଆଲୁମିନା ରିଫାଇନାରି ଓ ପାୱାର ପ୍ଲାଣ୍ଟ୍‌ ସହ କଂପାନି ଏକ ସବୁଜ ଭବିଷ୍ୟତ ପାଇଁ ପ୍ପଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମ ଉଦୀୟମାନ ବ୍ୟବହାରକୁ ବଢ଼ାଇବା ପାଇଁ ଏହାର ଲକ୍ଷ୍ୟ ପୂରଣ କରୁଛି।

Leave a Reply

Your email address will not be published. Required fields are marked *

error: Content is protected !!