ବିଜେଡି ମୁଖିଆଙ୍କ ଦ୍ବାରା ୬ଟି ଜିଲ୍ଲା ପାଇଁ ନୂତନ ସଭାପତିଙ୍କ ନିଯୁକ୍ତି

1 min read
Spread the love

ରାରକେଲା କିଲ୍ଲା ପାଇଁ ସଭାପତି ହେଲେ ହାଲୁ ମୁଣ୍ଡାରି

ଶୁକ୍ରବାର ରାଜ୍ୟର ୬ଟି ଜିଲ୍ଲା ପାଇଁ ବିଜେଡି ମୁଖିଆ ନୂତନ ସଭାପତିଙ୍କ ନିଯୁକ୍ତି କରିଛନ୍ତି। ଏହି କ୍ରମରେ ଢେଙ୍କାନାଳ ଜିଲ୍ଲା ପାଇଁ ସଭାପତି ଭାବେ ଡ.ନୃସିଂହ ଚରଣ ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ପାଇଁ ଝିନ ହିକକା, ବରଗଡ଼ ପାଇଁ ପ୍ରଭାସ କୁମାର ସିଂହ, ରାଉରକେଲା ପାଇଁ ହାଲୁ ମୁଣ୍ଡାରୀ ଏବଂ ଝାରସୁଗୁଡା ଜିଲ୍ଲା ବିଜେଡିର ନୂତନ ସଭାପତି ଭାବେ ରବି ସିଂ ଙ୍କୁ ନିଯୁକ୍ତ କରାଯାଇଛି ସେହିପରି ଢେଙ୍କାନାଳ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି ଭାବେ ଦେବୀ ପ୍ରସାଦ ଭୁତିଆ, କୋରାପୁଟ ପାଇଁ ପ୍ରଶାନ୍ତ ଗୁପ୍ତା, ବରଗଡ଼ ପାଇଁ ସୁଶାନ୍ତ ମହାପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ଏହି କ୍ରମରେ ରାଉରକେଲା ଜିଲ୍ଲା ପାଇଁ ନବ ନିଯୁକ୍ତ ସଭାପତି ହାଲୁ ମୁଣ୍ଡାରିଙ୍କୁ ଦଳର ବରିଷ୍ଠ ନେତା ତଥା ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଅନ୍ୟମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସମ୍ପ୍ରତି ଶ୍ରୀ ମୁଣ୍ଡାରି ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସଦସ୍ୟଭାବେ ବିଜୁ ଜନତା ଦଳର ସଦସ୍ୟଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ଶ୍ରୀ ମୁଣ୍ଡାରୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଦସ୍ୟଭାବେ ରଘୁନାଥପାଲ୍ଲୀ ବିଧାୟକ ଭାବେ କାର୍ଯ୍ୟ କରିସାରିଛନ୍ତି।   

Leave a Reply

Your email address will not be published. Required fields are marked *

error: Content is protected !!