ଜନଜାତି ସଂଗ୍ରାମୀଙ୍କ ଜୀବନୀ ସମ୍ପର୍କୀତ ‘ଜନଜାତି ଗୌରବ’ ପୁସ୍ତକ
1 min read
ରାଉରକେଲା ସହରର ସେକ୍ଟର-୩ ସ୍ଥିତ ବିଏମ୍ଏସ୍ କାର୍ଯ୍ୟାଳୟଠାରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଜନଜାତି ସଂଗ୍ରାମୀଙ୍କ ଜୀବନୀ ସମ୍ପର୍କୀତ ‘ଜନଜାତି ଗୌରବ’ ପୁସ୍ତକ ଉନ୍ମୋଚିତ। ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ବନବାସୀ କଲ୍ୟାଣ ଆଶ୍ରମ ମିଳିତ ଉଦ୍ୟମରେ ପ୍ରକାଶିତ ଏହି ହିନ୍ଦି ପୁସ୍ତକରେ ଦେଶର ବିଭିନ୍ନ ଅଞ୍ଚଳର ମୋଟ ୮୦ଜଣ ଜନଜାତି ସମ୍ପ୍ରଦାୟର ସଂଗ୍ରାମୀ ଓ ସଂସ୍କାରକମାନଙ୍କର ଜୀବନୀ ଓ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରାଯାଇଛି।

ଏହି ପୁସ୍ତକ ମାଧ୍ୟମରେ ଗତ ପ୍ରାୟ ୨୦୦ ବର୍ଷରୁ ଅଧିକ ଧରି ଦେଶର ସଂସ୍କୃତି ଓ କଳା ସହିତ ସ୍ୱାଧୀନତା ସଂଗ୍ରାମରେ ଅବଦାନ ଥିବା ଅନେକ ଲୁକ୍କାୟିତ ଜନଜାତି ପ୍ରତିଭାମାନଙ୍କ ସମ୍ପର୍କରେ ତଥ୍ୟ ଓ ସୂଚନା ରହିଛି। ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ହିମାଂଶୁ ବଳ ବରିଷ୍ଠ ପ୍ରାଧ୍ୟାପକ ତଥା ଶିକ୍ଷାବିତ୍ ଡା ସନାତନ ପ୍ରଧାନଙ୍କ ସମେତ ଶ୍ରମିକ ନେତା ହିମାଂଶୁ ବଳ ଏବଂ ବନବିହାରୀ ପ୍ରଧାନ ଓ ବିଶ୍ୱାମିତ୍ର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ବନବାସୀ କଲ୍ୟାଣ ଆଶ୍ରମର ରାମଚନ୍ଦ୍ର ହାଂସଦା ସଞ୍ଚାଳନ କରିଥିଲେ।