ସିଆଇଟିୟୁ ଜିଲ୍ଲା କମିଟି ପକ୍ଷରୁ ବୈଠକରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ନେଇ ଆଲୋଚନା
1 min read
ରାଉରକେଲା ସହରର ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନଠାରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ନେଇ ଏକ ବେଠକ ଆୟୋଜିତ ହୋଇଯାଇଛି। ବରିଷ୍ଠ ଶ୍ରମିକ ନେତା ତଥା ସିଆଇଟିୟୁର ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ବଣାଇ ବିଧାୟକ ଲଷ୍ମଣ ମୁଣ୍ଡାଙ୍କ ସମେତ ସିଆଇଟିୟୁର ପ୍ରମୋଦ ସାମଲ, ବିମାନ ମାଇତି ଓ ଯୁବ ନେତା ରାଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ଗତ ୯ବର୍ଷ ଧରି କେନ୍ଦ୍ରରେ ଶାସନ କରୁଥିବା ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କ ନୀତି ଯୋଗୁଁ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସମସ୍ୟାରେ ଥିବା ଆଲୋଚନା ହୋଇଥିଲା। ବେକାରୀ ବୃଦ୍ଧି, ଦରଦାମ ବୃଦ୍ଧି ସହିତ ଶ୍ରମିକମାନଙ୍କ ସମସ୍ୟା ବୃଦ୍ଧି ପାଇଛି। ସମସ୍ତ କ୍ଷେତ୍ରରେ କେନ୍ଦ୍ର ସରଜାର ଦେଇଥିବା ପ୍ରତିଶ୍ରୁତି ଓ ଘୋଷଣା ଫେଲ୍ ମାରିଛି। ତେଣୁ କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ରମିକମାନେ ଅନ୍ଦୋଳନ ଜାରି କହିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା।