ରଘୁନାଥପାଲ୍ଲୀ ଥାନା ପୋଲିସ ପକ୍ଷରୁ ଚୋରୀ ଅଭିଯୋଗରେ ଜଣେ ଗିରଫ : ବିଭିନ୍ନ ଚୋରୀ ସାମଗ୍ରୀ ଜବତ

1 min read
Spread the love

ରାଉରକେଲାର ରଘୁନାଥପାଲ୍ଲୀ ଥାନା ପୋଲିସ ପକ୍ଷରୁ ପିଚି ଗ୍ୟାଲେରୀ ନାମକ ମୋବାଇଲ ଦୋକାନରୁ ଚୋରୀ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ଏହା ସହିତ ଗିରଫ ଅଭିଯୁକ୍ତ ନିକଟରୁ ଚୋରୀ ଯାଇଥିବା ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଗଙ୍ଗାଧରପାଲ୍ଲୀ ଅଞ୍ଚଳର ୧୮ବର୍ଷୀୟ ନିତେଶ ନନ୍ଦ। ତା ନିକଟରୁ ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ୨୧ ଟି ସ୍ମାର୍ଟ ଫୋନ୍‌ ୨ଟି ସ୍ମାର୍ଟ ଘଡ଼ି ସହିତ ମୋବାଇଲ ଚାର୍ଜର, ୩ଟି ଟ୍ୟାବ୍‌ ଓ ୩ଟି ପାୱାର ବ୍ୟାଙ୍କ୍‌ ଆଦି ଅନ୍ୟତମ। ପାନପୋଷ ରୋଡ୍‌ର ପିସି ଗ୍ୟାଲେରୀରେ ଗତ ୨୯ ତାରିଖ ରାତିରେ ଚୋରି ହୋଇଥିବା ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ନିତେଶକୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!