ବନ୍ଧମୁଣ୍ଡା ବୋଗଦା ବସ୍ତିର ଡ୍ରେନେଜ ସମସ୍ୟା ଶୀଘ୍ର ସମାଧାନ ନେଇ ପ୍ରତିଶ୍ରୁତି ଦେଲେ ଆର୍ଏମ୍ସି ଉପାୟୁକ୍ତ
1 min read
ରାଉରକେଲା ସହରର ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ବୋଗଦା ବସ୍ତି ଅଞ୍ଚଳରେ ବର୍ଜ୍ୟ ଜଳ ନିସ୍କାସନ ବା ଡ୍ରେନେଜ ସମସ୍ୟାକୁ ନେଇ ବାସ୍ତି ବାସିନ୍ଦା ଚିନ୍ତାରେ ରହିଛନ୍ତି। କାରଣ ଏହାଯୋଗୁଁ ଅନେକ ସମୟରେ କିଛି ଲୋକଙ୍କ ଘରେ ବର୍ଯ୍ୟଜଳ ଓ ବର୍ଷା ଜଳ ପଶିଯାଉଛି। ଏ ସମ୍ପର୍କରେ ବସ୍ତିବାସିନ୍ଦା ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହି କ୍ରମରେ ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ ଭୋଇ ବସ୍ତି ଗସ୍ତ କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଅବସରରେ ବସ୍ତି ଅଞ୍ଚଳର ସମସ୍ୟା ସୃଷ୍ଟି କରୁଥିବା ବର୍ଯ୍ୟଜଳ ଓ ବର୍ଷା ଜଳ ନିସ୍କାସନ ନିମନ୍ତେ ଖୁବ୍ ଶୀଘ୍ର ଡ୍ରେନ ନିର୍ମାଣ ହେବ ବୋଲି ଶ୍ରୀ ଭୋଇ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବେଶ୍ କିଛିବର୍ଷ ପୂର୍ବେ ଥିବା ଏକ ସରକାରୀ କୂଅକୁ କିଛି ଲୋକ ମାଟି ପକାଇ ବନ୍ଦ କରିବାକୁ ନେଇ ମଧ୍ୟ ସମସ୍ୟା ହେଉଛି ବୋଲି ଜଣାପଡ଼ିଛି।