ରାଉରକେଲା ଶିଳ୍ପ ଓ ବଣିକ ସଂଘର କାର୍ଯ୍ୟନିର୍ବାହୀ କମିଟିର ମିଳିତ ବୈଠକ

1 min read
Spread the love

ରାଉରକେଲା ସହରରେ ଥିବା ଶିଳ୍ପ ଓ ବଣିକ ସଂଘର କାର୍ଯ୍ୟନିର୍ବାହୀ କମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗତ କମିଟିର ମୁଖ୍ୟ ତଥା ସଭାପତି ସୁବ୍ରତ ପଟ୍ଟନାୟକଙ୍କ ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରାଯଇଥିଲା।  ସଂଘର ସମ୍ବିଧାନର ନିୟମ ଅନୁଯାୟୀ ନୂତନ କମିଟି କାର୍ଯ୍ୟଭାର ଗ୍ରହଣ କରିବାର ଏକମାସ ମଧ୍ୟରେ ଏକ ମିଳିତ ବୈଠକ ଆୟୋଜିତ ହୋଇଥାଏ। ଏହି କ୍ରମରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ସଭାପତି ସୁନୀଲ କାୟଲ, ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ ସଦସ୍ୟ ପି ପାରିକ୍‌, ବ୍ରିଜମୋହନ ଅଗ୍ରୱାଲ, ବିନୋଦ ଶର୍ମା, ମହେଶ ଜେ ଭଜିର, ଅନୁପମ ଦୋସି, କେ.କେ ପୋଦ୍ଦାର, କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ରିଶି ଆର୍‌ୟା, ରାଜୁ ମିତ୍ତଲ, ମନୀଷ ମୋଦୀ, ଉଦୟ ରାଜଗରିଆ, ଆଶୁତୋଷ ସିଙ୍ଘଲ, ପୱନ ବାଗାରିଆ, ସଞ୍ଜୟ ପୋଦ୍ଦାର, ଦିନ ଦୟାଲ ଅଗ୍ରୱାଲ, ନିତିନ ଖଇତାନ, ଚିନ୍ତନ ଭାଖାରିଆ, ପ୍ରବୀଣ ଜୈନ, ଜଶୱିନ୍ଦର ମିଲନ ମୋଦୀ, ଅଭୟ ଅଗ୍ରୱାଲ, କ୍ଷିରୋଦ ସାହୁ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଶୋକ ଅଗ୍ରୱାଲ, ନରେଶ ଅଗ୍ରୱାଲ, ଶ୍ରୀ ପୱନ ଅଗ୍ରୱାଲ, ରାଜେଶ ମହାପାତ୍ର, କାନ୍ତିଲାଲ କୋଠାରୀ, ବିଶ୍ୱନାଥ ଦେ, ସୁରେଶ ଝୁନ୍‌ଝୁନ୍‌ୱାଲା, ଦିଲୀପ ଅଗ୍ରୱାଲ, ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସଂଘର ବିଭିନ୍ନ କାର୍ଯ୍ୟ ଓ ଆସନ୍ତା ଦିନରେ ହେବାକୁ ଥିବା ପ୍ରସ୍ତାବିତ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!