‘ଏକତ୍ର’ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ନାଟ୍ୟ ପଠନ କାର୍ଯ୍ୟକ୍ରମ ଆୟୋଜିତ  

1 min read
Spread the love

ରାଉରକେଲା ସହରର ୨୪ଟି ନାଟ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଗଠିତ ଏକତ୍ର ସଙ୍ଗଠନ ପକ୍ଷରୁ ରାଉରକେଲା ସହରର ଆଦର୍ଶ ପାଠାଗାର ସ୍ଥିତ ଆଦର୍ଶ ସାହିତ୍ୟ ଘର ପରିସରରେ ଆୟୋଜିତ ହୋଇଯାଇଛି ନାଟ୍ୟ ପଠନ କାର୍ଯ୍ୟକ୍ରମ। ରଙ୍ଗମଞ୍ଚରେ ନାଟ୍ୟ ପ୍ରଦର୍ଶନ ଏକ ବ୍ୟୟବହୁଳ ଓ ସମୟ ବହୁଲ କାର୍ଯ୍ୟ ହୋଇଥିଲାବେଳେ ନାଟ୍ୟ ପଠନ ମାଧ୍ୟମରେ ନାଟ୍ୟାନୁରାଗୀ ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଦେବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ। ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତ ରତ୍ନାକର ଚଇନିଙ୍କ ରଚିତ ‘ଶୂନ୍ୟ ପଞ୍ଜୁରୀ’ ନାଟକକୁ ପାଠ କରାଯାଇଥିଲା। ନାଟକ ଅଭିନୟ ଭଳି ଏହି ନାଟକ ପଠନ ଏକାଧିକ ଚରିତ୍ରମାନେ ସଂଳାପ ଉଚ୍ଚାରଣ ଢାଞ୍ଚାରେ କରିଥିଲେ। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଏକତ୍ରର ସଭାପତି ତଥା ସାହିତ୍ୟିକ ରାଜୀବ ପାଣିଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ନାଟ୍ୟ ନିର୍ଦ୍ଦେଶକ କୈଳାଶ ପାଣିଗ୍ରାହୀ, ବରିଷ୍ଠ କବି ଡା କୃପାସିନ୍ଧୁ ନାୟକ ଓ ଗାଳ୍ପିକ ସୁରେନ୍ଦ୍ରନାଥ ଜେନା ପ୍ରମୁଖ ଯୋଗଦେଇଥିଲେ। ଶ୍ରୀ ପାଣି ଏହି ଅବସରରେ ଏକତ୍ର ପକ୍ଷରୁ କରାଯାଉଥିବା ଏବଂ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ପଠିତ ନାଟକକୁ ମଞ୍ଚସ୍ଥ କରାଇ ପୁରସ୍କୃତ ହୋଇଥିବା ନାଟ୍ୟ ଅନୁଷ୍ଠାନ ‘ସଂକଳ୍ପ’ର ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!