ଓଡ଼ିଶା ବନ ବିଭାଗ ଓ ରୋଟାରୀ କ୍ଲବ୍‌ ସମୂହର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିକଟରେ ଓଡିଶାର ବନ ବିଭାଗ ସହିତ ମିଳିତ ଭାବରେ ରାଉରକେଲା ସହରର ସମସ୍ତ ଦଶଟି ରୋଟାରୀ କ୍ଲବ୍ ମିଳିତ ଭାବରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରୋଟାରୀ କ୍ଲବ୍‌ ରୟାଲ କ୍ଲବ୍‌।  ଏହି ଅବସରରେ ଆଞ୍ଚଳିକ ବନ ସଂରକ୍ଷକ ଡ ଅରୁଣ ମିଶ୍ର, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ପାନପୋଷ ବନାଞ୍ଚଳ ଅଧିକାରୀ ଏସ୍ ଆର ଗୋଚ୍ଚାୟତ, ଏସିଏଫ୍ ଜ୍ଞାନେନ୍ଦ୍ର ଲିମା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ରୋଟାରିୟାନ୍ ମଞ୍ଜିତ ସିଂ ଆରୋରା, ରୋଟାରିଆନ୍ ଆଲାମ ସିଂ ରୁପ୍ରା, ରାଉରକେଲା ଭାଇବ୍ରାଣ୍ଟ୍‌ର ରୋଟାରୀ କ୍ଲବର ଉପଦେଷ୍ଟା ମଳୟ ମଣ୍ଡଳ, ବିଭିନ୍ନ ରୋଟାରୀ କ୍ଲବର ସଭାପତି ଏବଂ ସଚିବ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରାୟ ୫୦୦ ଟି ଚାରା ରୋପଣ କରାଯାଇଥିଲା।  ଏହିସବୁ ବୃକ୍ଷଗୁଡ଼ିକ ମଧ୍ୟରେ ବରଗଛ ଓ ଅଶ୍ୱସ୍ଥ, କଞ୍ଚନ, ବାଉଳ ଆଦି ଅନ୍ତର୍ଭୁକ୍ତ। ରୋଟାରିୟାନ ଗଣେଶ ପଟ୍ଟନାୟକଙ୍କ ନେତୃତ୍ୱରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ  ପ୍ରଶାନ୍ତ ପାତ୍ର,  ଡକ୍ତର ମିନତୀ ମିନତି ପଣ୍ଡା, ଡାକ୍ତର ସଞ୍ଜୁଲତା ପତି, ରଜନୀକାନ୍ତ ବିଲୁଙ୍ଗ, ବସନ୍ତ କୁମାତ ତନ୍ତି, ପ୍ରଦିପ ବିସୋଇ, ସନ୍ଦୀପ ସୋରେଙ୍ଗ, ଅଜିତ ମୋହନ ପୂଜାରୀ ଏବଂ ଅନୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!