ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ
1 min read
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅଞ୍ଚଳ ରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଟିଟିଲାଗଡ଼ ଥାନା ଅଞ୍ଚଳରେ ଓ ବିଶେଷ କରି ଟିଟଲାଗଡ ସହର ରେ ପୋଲିସ ପାଟ୍ରୋଲିଂ ନ ହେବା, କୁଟିର ଶିଳ୍ପ ଭାବେ ଦେଶୀ,ବିଦେଶୀ ମଦ ବିକ୍ରୀ,ଜୁଆ ଓ ସଟା ଖେଳ ଖୋଲଖୋଲି ଚାଲିଥିଲା ବେଳେ ପୋଲିସ ଓ ଅପରାଧୀ ଙ୍କ ସଲା ସୁତୁରା କାରବାର କରିବା ନେଇ ଅଭିଯୋଗ ହୋଇଛି। ଏହା ସହିତ ମାସିକ, ଦୈନିକ କୋଟା ଫିକ୍ସ କରି ଅପରାଧୀ ଓ ପ୍ରାଶାସନିକ ଅଧିକାରୀ ମାଲାମାଲ ହେଉଥିବା ବେଳେ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏପରିକି ମଦୁଆ ଓ ଅସାମାଜିକ ଯୁବକଙ୍କ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବା ସହ ସ୍କୁଲ, କଲେଜ ଛାତ୍ର,ଛାତ୍ରୀ ଯିବା ଆସିବା ପାଈଁ ଭୟ କରୁଛନ୍ତି। ସେହିପରି ଦିନ ରାତି ସହର ର ବିଭିନ୍ନ ଅଞ୍ଚଳ ରେ ମଦ,ଜୁଆ,ସଟା ଚାଲିଥିବା ସହ ନିଶା ରେ ଚୁର୍ ହୋଇ ଯୁବକ ଅନାୟାସରେ ରାତି ସାରା ବୁଲି ଅସାମାଜିକ କାର୍ଯ୍ୟ କରିବା ଦେଖା ଯାଉଛି। ସେହିଭଳି ଟ୍ରାଫିକ ସମସ୍ୟା ନେଇ ସାଧାରଣ ଲୋକେ ହଇରାଣ ହରକତ ହୋଇ ଆସୁଥିବା ଦେଖା ଯାଉଛି। ପୋଲିସ ପ୍ରଶାସନ ପକ୍ଷରୁ ଏହି ସବୁ ବେଆଇନ୍ କାର୍ଯ୍ୟ ସଲା, ସୁତୁରା ନୀତି ରେ ଚାଲି ଥିବା ବେଳେ ସାଧାରଣ ଲୋକ ଅସୁରକ୍ଷିତ ମନେ କରୁଛନ୍ତି।

ସେହିପରି ଟିଟିଲାଗଡ ଥାନା କୁ ବିଭିନ୍ନ ମାମଲା ନେଇ ସାଧାରଣ ଗୁହାରୀ ଜଣାଇବା ପାଇଁ ଗଲେ ପୋଲିସ ପକ୍ଷରୁ ଖାମ,ଖିଆଲ ନୀତି କରି ଦିନ ଗଡ଼େଇ ଚଳିବା ସାର ହେଉଛି। ସୂଚନା ମୁତାବକ ଟିଟିଲାଗଡ଼ ଥାନା ଅଧିନସ୍ତ ଦେଭୁଁଇ ଗ୍ରାମ ର ରାମ ଚନ୍ଦ୍ର ନାଗ ନାମକ ଜଣେ ବ୍ୟକ୍ତି ତାଙ୍କର ଏକ ମାମଲା ନେଇ ଥାନା କୁ ଯାଇ ଥିବା ବେଳେ ଥାନା ରେ ତାଙ୍କୁ ଏକ ଦେଶୀ କୁକୁଡ଼ା ମାଗିବା ସହ ଟଙ୍କା ଦାବି କରି ମାଗିଥିଲେ। ସେ ବାଧ୍ୟ ହୋଇ ୪୫୦ ଟଙ୍କା ଦେଇ ଏକ ଦେଶୀ କୁକୁଡ଼ା ଓ ଟଙ୍କା ଦେବା ସତ୍ତ୍ଵେ ପୋଲିସ୍ ଅଧିକାରୀ କିଛି କାର୍ଯ୍ୟ କରି ନ ଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ଘର ଜାଗା ନେଇ ହୋଇଥିବା ଗଣ୍ଡଗୋଳ ଯୋଗୁଁ ସେ ପୁନଃ ଗତ ୧୫ ଦିନ ତଳେ ଥାନା ରେ ଲିଖିତ ଅଭିଯୋଗ କରି ସୁଦ୍ଧା କୌଣସି କାର୍ଯ୍ୟାନଷ୍ଠାନ ଗ୍ରହଣ କରା ନ ଯିବା ଓ ସେ ନିରାଶ ହୋଇ ସାରିଛି ବୋଲି ପ୍ରକାଶ କରିଛନ୍ତି। ଏହି ଭଳି ଥାନା ରେ ରାମଚଂଦ୍ର ଙ୍କ ପରି ଅନ୍ୟ ଲୋକଙ୍କୁ ମଧ୍ୟ ହଇରାଣ, ହରକତ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇ ଆସୁଛି। ସହର ଓ ଆଖ,ପାଖ ଥାନା ଅଞ୍ଚଳ ରେ କଡ଼ା ପାଟ୍ରୋଲିଂ ସହ ମାତ୍ରାଧିକ ଭାବେ ଚାଲିଥିବା ବେଆଇନ କାର୍ଯ୍ୟ କଳାପ ବୃଦ୍ଧି ନେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ଥାନୀୟ ଜନ ଜାଗରଣ ସଙ୍ଘ ତରଫରୁ ଦାବି ହେଉଛି।