କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ରାଉରକେଲା ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରରେ ଥିବା ଦତ୍ତୋପନ୍ତ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ପରିଷଦ ପ୍ରଶିଷଣ କେନ୍ଦ୍ର ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟତଃ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ଅସଙ୍ଗଠିତ ଶ୍ରମିକମାନେ ଯୋଗଦେଇଥିଲେ। ବିଶେଷ କରି ଭାରତ ସରକାରଙ୍କ ଦ୍ୱାରା ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ରହିଥିବା ସୁବିଧା ଓ ସୁଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା।

ଏହା ସହିତ ଏହି ସୁବିଧା ପାଇବା ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା। ଶ୍ରମିକ ଶିକ୍ଷାବୋର୍ଡର ଅଧିକାରୀ  ସ୍ନେହ ରଞ୍ଜନ ଗୋଚ୍ଛାୟତ ଏହି ଶିବିରରେ ବିଶେଷଜ୍ଞଭାବେ ଯୋଗଦେଇ ସୂଚନା ଦେବା ସହ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ଅସଙ୍ଗଠିତ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!