ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ, ବଲାଙ୍ଗୀର ଜିଲ୍ଲା ପକ୍ଷରୁ ବିକ୍ଷୋଭ

1 min read
Spread the love

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ, ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିଶେଷ କରି କେନ୍ଦୁପତ୍ରର ଉପଯୁକ୍ତ ମୂଲ୍ୟ ବଦଳରେ କମ ମୂଲ୍ୟ ପ୍ରଦାନ କରିବା ଓ ଧାର୍ଯ୍ୟ ଦର ନ ଦେଇ କମ ମୂଲ୍ୟ ରେ ବ୍ୟବସାୟୀ ଓ ବିଡ଼ି ଫେକ୍ଟ୍ରି ମାଲିକ ଶୋଷଣ କରୁଥିବା ଅଭିଯୋଗ କରି ଦାବିପତ୍ର ପ୍ରଦାନ କରାଯାଇଛି।

ଏଥିରେ ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଶହ ଶହ ମହିଳା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।  ଏହି ଅବସରରେ କେନ୍ଦୁପତ୍ର ତୋଳାଳୀମାନେ  ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ସ୍ଥାନୀୟ ଡି ଏଫ ଓ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଦାବି ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!