ଜୟହିନ୍ଦ କ୍ଲବ ଦ୍ୱାରା ବନ ମହୋତ୍ସବ ସପ୍ତାହ ପାଳନ
1 min read
ରାଉରକେଲା ସହରର ବନ୍ଧମୁଣ୍ଡା ସ୍ଥିତ ‘ଡି’ କ୍ୟାବିନ ଅଞ୍ଚଳରେ ସାମାଜିକ ସଙ୍ଗଠନ ଜୟହିନ୍ଦ କ୍ଲବ୍ ପକ୍ଷରୁ ବନ ମହୋତ୍ସବ ପାଳନ ହୋଇଯାଇଛି। ଏଥିରେ ନିମ୍ବ, ଶିଶୁ ଓ ଛଇତନ ଭଳି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସରରେ ସମାଜସେବୀ ତଥା ବିଜେଡି ନେତ୍ରୀ ମିନତୀ ଦେବତା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ବନ୍ଧମୁଣ୍ଡା ସ୍ଥିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ପି କେ ସାହୁ, ରେଳବାଇ ଏଆର୍ଏମ୍ ଆର.କେ ମହାନ୍ତି, ପୂର୍ବତନ କାଉନସିଲର ବି ବର୍ଦ୍ଦେଶ୍ୱର ରାଓ ମସ୍ତଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମହାନ୍ତି ଆମେ ଏକଜୁଟ ହୋଇ ଗଛ ଲଗାଇବା ଏବଂ ଚାରା ରୋପଣ କରିବା ସହିତ ଉଦ୍ଭିଦଗୁଡିକୁ ଜନ ଆନ୍ଦୋଳନ ମାଧ୍ୟମରେ ରକ୍ଷା କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ। ଡ ସାହୁ ୧୯୫୦ ମସିହାରେ ତତ୍କାଳୀନ କୃଷି ମନ୍ତ୍ରୀ କେ ଏମ ମୁନ୍ସିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବନମହୋତ୍ସବ ସପ୍ତାହ ପାଳନର ଆରମ୍ଭ ସମ୍ପର୍କରେ କହିଥିଲେ। ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ଏବଂ ପ୍ରାକୃତିକ ପରିବେଶ ପ୍ରତି ସମ୍ବେଦନଶୀଳତାର ଅଭିବ୍ୟକ୍ତି ସମ୍ପର୍କରେ ସେ କହିଥିଲେ। ଏହି ଅବସରରେ ଜୟହିନ୍ଦ କ୍ଲବର ବିରେନ୍ଦ୍ର ରଜକ, ନାଗେଶ୍ୱର ଜଗଦଲା, ରାଜା ଚୌଧୁରୀ, ଚିତ୍ତରଞ୍ଜନ ପ୍ରଧାନ, ଚୁଡାମଣି ତନ୍ତୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।