ସେକ୍ଟର-୧୫ ଥାନା ପକ୍ଷରୁ ୪ଟି ଚୋରୀ ମାମଲାରେ ଜଣେ ଅଭିଯୁକ୍ତ ଗିରଫ : ବିଭିନ୍ନ ଚୋରୀ ସାମଗ୍ରୀ ଜବତ ଏବଂ ଉଦ୍ଧାର

1 min read
Spread the love

ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ସେକ୍ଟର-୧୫ ଥାନା ପୋଲିସ ପକ୍ଷରୁ ବିଭିନ୍ନ ୪ଟି ଚୋରୀ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛି ପ୍ରଧାନପାଲ୍ଲୀ, ବାଙ୍କିଆ କଲୋନୀ ଅଞ୍ଚଳର ରାହୁଲ ରାୟ । ଏହା ସହିତ ପୋଲିସ ନିକଟରୁ ବିଭିନ୍ନ ଚୋରୀ ହୋଇଥିବା ଘଟଣାରେ ବିଭିନ୍ନ ସାମଗ୍ରୀ ଜବତ ସହ ଉଦ୍ଧାର କରାଯାଇଛି।

ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇ ହଳ ରୌପ୍ୟ ଝୁଣ୍ଟିଆ, ୬ ହଳ ପାଉଁଜି, ଗୋଟିଏ ମୋଟୋର ସାଇକେଲ, ୩ଟି ବିଭିନ୍ନ ମଡେଲ୍‌ର ଲାପ୍‌ଟପ୍‌, ୩ ହଳ କାନ ଫୁଲ, ଗୋଟିଏ ହାର, ୨ଟି ମୁଦି, ୫ଟି ସିନା କାନଫୁଲ ଆଦି ସହିତ ନଗଦ ଅର୍ଥ ୧୮ହଜାର ଟଙ୍କା। ଏହି ସମସ୍ତ ଚୋରୀ ସାମଗ୍ରୀ ସେକ୍ଟର-୧୭ ଅଞ୍ଚଳରୁ ଦୁଇଟି ଚୋରୀ ମାମଲା, ସେକ୍ଟର-୧୮ ଓ ସେକ୍ଟର-୧୫ର ଗୋଟିଏ ଲେଖା ମାମଲା ଅନ୍ତର୍ଭୁକ୍ତ। ଗିରଫ ହୋଇଥିବା ରାହୁଲକୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!