କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ନେଇ ମିଳିତ ସଙ୍ଗଠନର କନ୍ଭେନ୍ସନ୍ ଆୟୋଜିତ
1 min read
ରାଉରକେଲା ସହରର ଆଦର୍ଶ ପାଠାଗାର ସଭାଗୃହରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ନେଇ ମିଳିତ ଶ୍ରମିକ ସଙ୍ଗଠନର ଏକ କନ୍ଭେନ୍ସନ୍ ଆୟୋଜିତ ହୋଇଯାଇଛି। ବରିଷ୍ଠ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପ୍ରଶାନ୍ତ ବେହେରା, ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ବରିଷ୍ଠ ଶ୍ରମିକ ନେତାମାନେ ଏଥିରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ବିଶେଷ କରି ବେକାରୀ ବୃଦ୍ଧି, ଦରଦାମ ବୃଦ୍ଧି ସହିତ ଶ୍ରମିକମାନେ ଏକାଧିକ ସମସ୍ୟା ମଧ୍ୟରେ ରହିଛନ୍ତି। ଏହିସବୁ ସମସ୍ୟାକୁ ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ଓ ଅନ୍ୟାନ୍ୟ ସଙ୍ଗଠନର ନେତା ଓ କର୍ମୀମାନେ ମିଳିତଭାବେ ବୈଠକରେ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସହିତ ଅନ୍ୟାନ୍ୟ ସଙ୍ଗଠନର କର୍ମକର୍ତ୍ତା ଓ ପ୍ରତିନିଧି ଯୋଗଦେଇଥିଲେ।