ବିଭିନ୍ନ ସମସ୍ୟାକୁ ନେଇ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଦାବିପତ୍ର ପ୍ରଦାନ

1 min read
Spread the love

ଗତ ବର୍ଷ ୨୦୨୨ ମସିହା ଖରିଫ ଋତୁରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ଅହେତୁକ ଅବହେଳା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ମିଳିନାହିଁ। ଏହାର ତୁରନ୍ତ ସମାଧାନ ପାଇଁ ଗତ ମାସ ୨୮ ତାରିଖରେ ତଳସରା ବିଧାୟକ କୃଷି ମନ୍ତ୍ରୀଙ୍କୁ ଜଣାଇଥିଲେ। ଏ ନେଇ ମନ୍ତ୍ରୀ ଟ୍ୱିଟର ମାଧ୍ୟମରେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି। ଏହା ସହିତ ବିଧାୟକ ଶ୍ରୀ ଭୋଇ ଭୁବନେଶ୍ୱର ଠାରେ କୃଷି ନିର୍ଦ୍ଦେଶକ ତଥା ବିଭାଗୀୟ ଅତିରିକ୍ତ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀ ଙ୍କୁ ଭେଟି ଗତ ବର୍ଷ – ୨୦୨୨ ମସିହା ଖରିଫ ଋତୁରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ଅହେତୁକ ଅବହେଳା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ମିଳିନାହିଁ ବୋଲି ଅବଗତ କରାଇଥିଲେ। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ଦାବୀ ପତ୍ର ଦେଇ ସଚିବଙ୍କ ସହିତ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!