ଇଏସ୍‌ଆଇ ହସ୍‌ପିଟାଲ୍‌ରେ ମିଲେଟ ଖାଦ୍ୟ ସମ୍ପର୍କରେ ପ୍ରଦର୍ଶନ  ଓ ସଚେତନତା କାର୍ଯ୍ୟକ୍ରମ

1 min read
Spread the love

ଫିଙ୍ଗର ମିଲେଟ୍ ଯାହା ରାଗି ଭାବରେ ଜଣାଶୁଣା ଏକ ଶକ୍ତିଶାଳୀ ସୁପର ଫୁଡ୍। ତେଣୁ ନାଗରିକ ତଥା ସଚେତନ ହେବା ପାଇଁ ମିଲେଟରେ ନିର୍ମିତ ବିଭିନ୍ନ ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି ବର୍ଷ ଅର୍ଥାତ୍ ୨୦୨୩ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷିତ ହୋଇଛି । ସେହି ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ ଏହି ଉତ୍ସବକୁ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହି କ୍ରମରେ ରାଉରକେଲାସ୍ଥିତ ଇଏସ୍‌ଆଇ ମଡେଲ ହସ୍ପିଟାଲ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ହସ୍ପିଟାଲ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଗିରୁ ପ୍ରସ୍ତୁତ ଖାଦ୍ୟର ସମ୍ଭାର ପ୍ରଦର୍ଶନ ହୋଇଥିଲା | ଡାକ୍ତରଖାନାର ଅଧୀକ୍ଷକ ଜୟନ୍ତୀ ବେହେରା, ଉପ ନିର୍ଦ୍ଦେଶକ ସଞ୍ଜୀବ କୁମାରଙ୍କ ସମେତ ଆୟୁର୍ବେଦ ବିଭାଗର ମୁଖ୍ୟ ଚିକିତ୍ସାଧିକାରୀ, ଡକ୍ଟର ଅଜୟ କୁମାର ରାଉତ, ଯୋଗ ପ୍ରଶିକ୍ଷକ ଅକ୍ରୁର ମାର୍ଥା ପ୍ରମୁଖ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ଆମର ଦୈନନ୍ଦିନ ଖାଦ୍ୟ ଅଭ୍ୟାସରେ ମିଲେଟର ବହୁଳ ବ୍ୟବହାର ଏବଂ ଏହାର ପୁଷ୍ଟିକର ଗୁରୁତ୍ୱ ସମ୍ପର୍କରେ ଡାକ୍ତର ଜୟନ୍ତୀ ବେହେରା ଆଲୋଚନା କରିଥିଲେ। ସେହିଭଳି ମିଲେଟ ଉତ୍ପାଦର ଆବଶ୍ୟକତା ଓ ସ୍ୱାସ୍ଥ୍ୟକର ଉପାଦେୟତା ସମ୍ପର୍କରେ ଡା ରାଉତ ସୂଚନା ଦେଇଥିଲେ। ରୋଗୀ ଏବଂ ଡାକ୍ତରଖାନାକୁ ଆସୁଥିବା ଅନ୍ୟ ପରିଦର୍ଶକମାନଙ୍କର ଅଧିକ ସ୍ୱାସ୍ଥ୍ୟ ସୁବିଧା ପାଇବା ପାଇଁ ଏଗୁଡିକ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଡା  ସଞ୍ଜୀବ କୁମାର ରାଗି ପ୍ରସ୍ତୁତ ଦ୍ରବ୍ୟ ଉପରେ ଆଲୋଚନା କରିଥି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମାଲପୁଆ ପରି ସ୍ୱାସ୍ୱାଦୁ ମିଷ୍ଟାନ୍ନ ସହିତ ଚକୁଳି ଭଳି ଜଳଖିଆ ଖାଦ୍ୟ, ରାଗି ଲଡୁ ଏବଂ ରାଗିର୍ ପ୍ରସ୍ତୁତ କ୍ଷୀରି  ଆଦି ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେବା ସହ ଉପସ୍ଥିତ ବ୍ୟକ୍ତିମାନେ ଏଗୁଡ଼ିକୁ ଚାଖି ଏହାର ସ୍ୱାଦ ସମ୍ପର୍କରେ ଅବଗତ ହୋଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନର୍ସିଙ୍ଗ ଅଧିକାରୀ ବିସ୍ମିତା ପଟେଲ, ଫାର୍ମାସିଷ୍ଟ ପ୍ରସାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ସମସ୍ତ ଅଂଶଗ୍ରହଣକାରୀ ସ୍ୱାଗତ କରିଥିଲେ ଏବଂ ହସ୍ପିଟାଲ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!