ଇନର ହୁଇଲ କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର ଓ ପରିବେଶ ସୁରକ୍ଷା ବିକାଶ କାର୍ଯ୍ୟକ୍ରମ
1 min read
ଦୈନନ୍ଦିନ ଜୀବନରେ ଆମେ ଅନେକ ଜିନିଷ ଅଦରକାରୀ ଭାବି ଫିଙ୍ଗିଦେଇଥାଉ। ସେହି ବସ୍ତୁକୁ ପୁନଃବ୍ୟବହାର କରି ଅନେକ ସୁନ୍ଦର ଆବଶ୍ୟକୀୟ ଉପକରଣ ତିଆରି କରାଯାଇପାରିବ ଓ ଏହାଦ୍ୱାରା ପରିବେଶ ସୁରକ୍ଷିତ ରହିବ। ଏହି ବାର୍ତ୍ତାକୁ ନେଇ ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଗୋଲଘର ସିଂହାସିନୀପଲ୍ଲୀ ଓ ଗଞ୍ଜାମପଲ୍ଲୀର ମହିଳା ଆରୋଗ୍ୟ ସମିତିର ମହିଳାମାନଙ୍କ ସହଯୋଗରେ ଆୟୋଜନ କରାଯାଇଥିଲା। ଏହାଦ୍ବାରା ପ୍ରେରିତ ହୋଇ ମହିଳାମାନେ ନିଜଘରୁ ବାହାରୁଥିବା ପୁରୁଣା ଅବ୍ୟବହୃତ ଜିନିଷପତ୍ର ସାହାଯ୍ୟରେ ବିଭିନ୍ନ ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ କରିଥିଲେ। ଉଦାହରଣ ସ୍ବରୂପ ଶୁଖିଲାପତ୍ର ଓ ପରିବାଚୋପାକୁ ନଫିଙ୍ଗି, ଗଛମୂଳରେ ଦେବା ପାଇଁ ସାର ପ୍ରସ୍ତୁତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମିତିର ସମସ୍ତ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ପ୍ଲାଷ୍ଟିକ ଓ ଜରି ସବୁ ଏଣେତେଣେ ନଫୋପାଡ଼ି ବୋତଲରେ ଭରି ସେଥିରେ ଉପକରଣମାନ କରାଯାଇପାରିବ ଓ ତଦ୍ଦ୍ବାରା ପ୍ରଦୂଷଣ କମ୍ ହେବ ବୋଲି ବୁଝାଇ କୁହାଯାଇଥିଲା। କ୍ଲବ ସଭାପତି ପ୍ରମିଳା ମିଶ୍ର ସେମାନଙ୍କୁ ଉତ୍ସାହିତ କରିବାକୁ ଆଗକୁ ଆହୁରି ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଥିଲେ।

କ୍ଲବ୍ର ସମ୍ପାଦକ ମହିମା ମହାପାତ୍ର ଓ ପ୍ରକଳ୍ପ ଅଧ୍ୟକ୍ଷ ଗୌରୀ ନାଗଙ୍କ ସମେତ ପ୍ରାକ୍ତନ ସଭାପତି ଡ ମୀନତି ପଣ୍ଡାଙ୍କ ସମେତ କାବେରୀ ବାନାର୍ଜୀ, ପ୍ରତିମା ମହାପାତ୍ର, ଅମ୍ରିତା ତ୍ରିପାଠୀ, ଅଜିତା ମହାନ୍ତି, ସିମରନଜିତ ଶେଖୋ, ଡା ତନୁଶ୍ରୀ ଜେନା, ଆରତି ଷଡଙ୍ଗୀ, ମମତା ପାଠୀ, ମଞୁବାଳା ପାଢୀ, ସବିତା ପଟନାୟକ, ଆରତୀ ପଣ୍ଡା, ଜ୍ୟୋତ୍ସ୍ନା ମିଶ୍ର ଓ ଡିମ୍ପଲ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହା ପୂର୍ବରୁ ରାଉରକେଲା ସରକାରୀ ହସ୍ପିଟାଲ ପରିସରରେ ଥିବା ରକ୍ତଭଣ୍ଡାର ରେ ରୋଟାରି କ୍ଲବ ମାନଙ୍କ ସହ ଏକ ମିଳିତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ଅନେକ ରୋଟାରିଆନ ଓ ଇନର ହୁଇଲ କ୍ଲବ୍ର ସଦସ୍ୟ ରକ୍ତଦାନ କରିଥିଲେ।