କ୍ଲିନ୍‌ ଏଣ୍ଡ ଗ୍ରୀନ୍‌ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରରେ କାର୍ଯ୍ୟରତ କ୍ଲିନ୍‌ ଏଣ୍ଡ ଗ୍ରୀନ୍‌ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପାନପୋଷ ଛକ ନିକଟରେ ଥିବା ବ୍ରାହ୍ମଣୀ ନଦୀ କୁଳରେ ୬୦ଟି ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା । ସଙ୍ଗଠନର ମୋଟ ୫୪ଜଣ ସଦସ୍ୟ ଏହି ଅବସରରେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ବ୍ରାହ୍ମଣୀ ନଦୀ କୂଳରେ ବନ୍ୟା ସମୟରେ ମୃତ୍ତିକା କ୍ଷୟ ହେଉଥିବାରୁ ବୃକ୍ଷରୋପଣ ହେବା ଯୋଗୁଁ ମୃତ୍ତିକା ସଂରକ୍ଷଣ ହୋଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ସଙ୍ଗଠନର ସଭାପତି ଡାକ୍ତର ନରେନ୍ଦ୍ର ପ୍ରସାଦ ସେଠୀ ଓ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ଙ୍କ ନେତୃତ୍ବରେ ହୋଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!