ଶ୍ରମିକ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବ ହିନ୍ଦ୍ ମଜଦୁର ସଭା : ଆଲୋଚନା ସଭାରେ ମତ ପ୍ରକାଶ

1 min read
Spread the love

ରାଉରକେଲା ମଜଦୁର ସଭାର ସହରାଞ୍ଚଳ କାର୍ଯ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ହିନ୍ଦ୍ ମଜଦୁର ସଭା ସହବନ୍ଧିତ ଶ୍ରମ ସଙ୍ଗଠନ ସମନ୍ୱୟ କମିଟି ପକ୍ଷରୁ ‘ସାମ୍ପ୍ରତିକ ଅବସ୍ଥାରେ ଶ୍ରମିକ ସମସ୍ୟା ଓ ଶ୍ରମ ସଙ୍ଗଠନର ଦାୟିତ୍ଵ’ ‘ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ହିନ୍ଦ୍ ମଜଦୁର ସଭା ସଂଗଠନର ସହବନ୍ଧିତ ରାଉରକେଲା ମଜଦୁର ସଭା, ରାଉରକେଲା ଠିକା ଶ୍ରମିକ ସଭା, ଶିଳ୍ପାଞ୍ଚଳ ମଜଦୁର ସଭା, ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା,ଆଇ.ଡି.ଏଲ ମଜଦୁର ସଭା, ଓଡ଼ିଶା ସିମେଣ୍ଟ ମଜଦୁର ସଂଘ,ଏନ୍.ଏସ.ପି.ସି.ଏଲ ଏମ୍ପଏଲଇଜ ଆସୋସିଏସନ୍, ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ, ରାଉରକେଲା ମ୍ୟୁନିସିପାଲିଟିର କର୍ମଚାରୀ ସଂଘ,ପାଚକ ପାଚିକା ସହାୟିକା ମହାସଂଘ, ଆଶା ଆଶାସାଥି ସାମୁଖ୍ୟ, ଅଙ୍ଗନବାଡ଼ି ସାମୁଖ୍ୟ,ମହାନଦୀ କୋଲଫିଲ୍ଡି ଶ୍ରମିକ ସଂଘ,ବିଜୁ ଶ୍ରମିକ ସାମୁଖ୍ୟ ର କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ନାନାବିଧ ଶ୍ରମିକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏହିସବୁ ସମସ୍ୟାର ଆଶୁ ସମାଧାନ ନେଇ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାଉରକେଲା ମଜଦୁର ସଭା ର ସଭାପତି ଶଶଧର ନାୟକ ଅଧ୍ୟକ୍ଷତା କରିଥିବା ସ୍ଥଳେ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ । ଏହା ସହିତ ମଜଦୁର ସଭା ର ଉପଦେଷ୍ଟା ତଥା ବରିଷ୍ଠ ଶ୍ରମିକ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି ଓ ହିନ୍ଦ୍ ମଜଦୁର ସଭା  ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରମିକ ଆନ୍ଦୋଳନର ଚିରସ୍ମରଣୀୟ ନେତା ଦିବଙ୍ଗତ ରାଜକିଶୋର ସାମନ୍ତରାୟ ଙ୍କ ତୈଳଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଶ୍ରମିକ ସମସ୍ୟା ଓ ଶ୍ରମିକ ସଂଗଠନର ଦାୟିତ୍ଵକୁ ବିଭିନ୍ନ ବର୍ଗର ଶ୍ରମିକ ନେତା ଆଲୋଚନାରେ ଭାଗ ନେଇଥିଲେ । ନେତାମାନଙ୍କ ମଧ୍ୟରେ ହରେକୃଷ୍ଣ ପାଢ଼ୀ, ଆଦିକନ୍ଦ ଭୋଳ, ଅରୁଣ କୁମାର ପରିଡ଼ା, ସୁରେନ୍ଦ୍ର ନାଥ ଜେନା, ପ୍ରଭାକର ଚମ୍ପତିରାୟ, ଦିଗମ୍ବର ମହାନ୍ତି, କୃଷ୍ଣଚନ୍ଦ୍ର ରାଉତ , ସତ୍ୟାନନ୍ଦ ବେହେରା, ରାମଚନ୍ଦ୍ର ବେହେରା, ହେମନ୍ତ ବେହୁରିଆ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ରାଷ୍ଟ୍ରାୟତ ଶିଳ୍ପ ରାଉରକେଲା ଇସ୍ପାତ କାରଖାନା ରେ କାର୍ଯ୍ୟରତ ସ୍ଥାୟୀ ଶ୍ରମିକ ଙ୍କ ବିଳମ୍ବିତ ମଜୁରୀ ଚୁକ୍ତିନାମା,୩୯ ମାସର ବକେୟା ରାଶି ପ୍ରଦାନ, ଗ୍ରାଜ୍ୟୁଇଟି କୁ କଟକଣା ମୁକ୍ତ କରିବା ଭଳି ସମସ୍ୟା ସହିତ ଠିକା ଶ୍ରମିକଙ୍କ ଯାବତୀୟ ସମସ୍ୟା ଯଥା – କେନ୍ଦ୍ରୀୟ ହାରରେ ସର୍ବନିମ୍ନ ମଜୁରୀ ନମିଳିବା ଓ ଠିକାଦାର ଦ୍ବାରା ଶ୍ରମିକ ଶୋଷଣ, ଛଟେଇ, ସାମାଜିକ ସୁରକ୍ଷା ର ଖୋଲା ଖୋଲି ଉଲଂଘନ, ଅସୁରକ୍ଷିତ ଅବସ୍ଥାରେ କାର୍ଯ୍ୟକରି ଦୁର୍ଘଟଣା ଗ୍ରସ୍ତ ହେବା ଭଳି ଅବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ସେହିଭଳି ଖଣି ଖାଦାନ,ଆଡିଏଲ ଇଣ୍ଡଷ୍ଟ୍ରି,ଓସିଏଲ,ଫେରୋସ୍କାପ ନିଗମ, ମହାନଦୀ କୋଲଫିଲ୍ଡି ଭଳି ଶିଳ୍ପରେ ସ୍ଥାୟୀ ଓ ଠିକା ଶ୍ରମିକଙ୍କ ସମସ୍ୟା ସଂପର୍କରେ ବିଭିନ୍ନ ବକ୍ତା ମନ୍ତ୍ରୀ ଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ନାୟକ ନିଜର ଅଭିଭାଷଣ ରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ରତ ଶ୍ରମଜୀବୀ ମଣିଷ ଙ୍କ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶ୍ଵାସନା ଦେଇଥିଲେ । ଏହି କ୍ରମରେ ରାଉରକେଲା ମଜଦୁର ସଭା ସମେତ ହିନ୍ଦ୍ ମଜଦୁର ସଭା ର ସମସ୍ତ ଶ୍ରମ ସଂଗଠନ କୁ ସୁନ୍ଦରଗଡ ଜିଲ୍ଲାରେ ଅଧିକ କ୍ରିୟାଶୀଳ କରିବାକୁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସଂଚାଳନ କରିବାରେ ଅସିତ ଦାସ, କଳାକାର ସାହୁ, ସିଦ୍ଧେଶ୍ୱର ବଳ, ପ୍ରମୋଦ କୁମାର ଦାସ, ଖଗେନ୍ଦ୍ର ବେହେରା, ଦିଲ୍ଲୀପ କୁମାର ଜେନା, ପତିତପାବନ ଜେନା, ନିରଞ୍ଜନ ସାମଲ, ସୋମନାଥ ସ୍ବାଇଁ, ରାଜେଶ କୁମାର ବେହେରା,ରମେଶ ବେହେରା, ବଂଶୀଧର ବିଶ୍ଵାଳ, ନୃପାନନ୍ଦ ନାୟକ, ମିନତି ବିଶ୍ଵାଳ, ଇତିଶ୍ରୀ ମହାନ୍ତି, ଆରତୀ ଚୌଧୁରୀ, ଝରଣା ମହାରଣା, ସାରିନି ମିଞ, ଲଲିତା ତିର୍କି, ଦୁର୍ଗା ଓରାମ, ସଂଧ୍ୟା ରାଣୀ ସ୍ବାଇଁ, ବୀଣାପାଣି ରାଉତ, ରସାନନ୍ଦ ନାୟକ,ଗଗନ ବିହାରୀ ସାହୁ, ବିପିନ କୁମାର ପାଗଳ,କେଦାର ଦାସ, ମନୋଜ ସାମନ୍ତରାୟ,ବିଜୟ କୁମାର ରାଉତ, ବିକାଶ ନାୟକ, ଅଜୟ ପାତ୍ର,ପ୍ରବିର ମାଝି, ପ୍ରଦୀପ ଦାସ, ବିଷ୍ଣୁ ମୋହନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ରଂଜନ ପୃଷ୍ଠା, ମୀନକେତନ ବେହେରା, ପ୍ରଭାତ ନାୟକ, ରବିନାରାୟଣ ପରିଡ଼ା , ରମେଶ ଯାଦବ,ବିନୋଦ ପରିଡ଼ା, ରାମଚନ୍ଦ୍ର ଗଉଡ, ବସନ୍ତ କୁମାର ପଲେଇ, ବସନ୍ତ କୁମାର ପରିଡ଼ା,ହରିପଦ ମଲ୍ଲିକ, ରମେଶ ବେହେରା, ରମେଶ ମହାନ୍ତି, ସରୋଜ କୁମାର ରାଉଳ, ବନମାଳୀ ବେହେରା, ବିଶ୍ବରଂଜନ ମହାନ୍ତି,ସଂଜିତ ମଲ୍ଲିକ, କେଦାର ମହନ୍ତ, ଆଲୋକ ବୋଷ, ସୁରେନ୍ଦ୍ର ରାଉତ, ବଂଶୀଧର ପରିଡ଼ା, କାଳନ୍ଦୀ ଗୋଛୟତ,ଜଗା ମଣ୍ଡଳ, ଏମ୍.ଡି.ସିରାଜ୍ଜୁଦିନ, ପାଣ୍ଡବ ମାଝି, ପ୍ରମୋଦ କୁମାର ପଟ୍ଟନାୟକ,ଅଜଂନ ଦାସ,ଧରଣୀ ବେହେରା, ନିରାକାର ପଲେଇ, ନୃସିଂହ ଦାସ, ପ୍ରଫୁଲ୍ଲ କୁମାର ବେହେରା,ପି.କେ.ବାରିକ, ବିଦେଶୀ ମୁନା, ସୁରେଶ ପଟ୍ଟନାୟକ,ମାନସ ପଟନାୟକ, ଗୋପାଳ ମହନ୍ତ, ରଂଜିତ ସାମଲ, ଅବନୀ ବଳ, ବିଜୟ ଜେନା, ବିମଳ ବେହୂରୀଆ,ଏ.କେ.ସାମଲ,ସୁରଥ ପଣ୍ଡା, ଅମର ମହାନ୍ତି, ଏମ୍.ଏସ୍.ପୃଷେଠ, ସୌମ୍ୟରଞ୍ଜନ ମହାନ୍ତି, କୁଳମଣି ରାୟ, ଅଜୟ ବଳିୟାର ସିଂ ଓ ଅନ୍ୟ ମାନେ ପ୍ରମୁଖ ଭୂମିକା ନେଇ ଥିଲେ । କାର୍ଯ୍ୟକ୍ରମ ଶେଷ ରେ ଉପସଭାପତି ଶ୍ରୀ କଳାକାର ସାହୁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!