ମା’ ସମଲେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବନ୍ଧମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରର ବନ୍ଧମୁଣ୍ଡା ‘ବି’ ସେକ୍ଟରରେ କାର୍ଯ୍ୟରତ ମା’ ସମଲେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ବନ ବିଭାଗ ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ରେଳ ଡାକ୍ତରଖାନାର ଡାକ୍ତର କେ ମୁର୍ମୁ ଏବଂ ବନରକ୍ଷୀ ଗୀତାରାଣୀ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ବନ୍ଧମୁଣ୍ଡା ଏଆର୍‌ଏମ୍‌ ଆର୍‌ କେ ମହାନ୍ତି, ବିଜେଡି ନଗର ସଭାପତି ଗଗନ ପଣ୍ଡା, ପୂର୍ବତନ କାଉନସିଲର ବି ବର୍ଦ୍ଦେଶ୍ୱର ରାଓ, ବନପାଳ ଦୁଖୁ କିସାନ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ନାରୀ ନେତ୍ରୀ ଯଶୋବନ୍ତୀ ବାଗଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ଶ୍ରୀମତୀ ବାଗ ଏହି ବସରରେ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ସୁଚନା ଦେଇଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ଏକ ଖୋଲା ସ୍ଥାନରେ ବିଭିନ୍ନ ପ୍ରକାରର ୧୫୦ଟି ବୃକ୍ଷ ରୋପଣ କରାଯାଇଥିଲା। ଏହି ବୃକ୍ଷମାନଙ୍କ ମଧ୍ୟରେ କରଞ୍ଜ, ଶିଶୁ, ଅଅଁଳା, ପଣଷ, ଜାମୁ ଆଦି ଅନ୍ୟତମ ଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ମହାଦେବ ବାନ୍ଦକୀ ଓ ସାଧାରଣ ସମ୍ପାଦକ ଦେବାନନ୍ଦ ତନ୍ତୀଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।   ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ନାଗେଶ ଜଗଦଲ୍ଲା, କୃଷ୍ଣଚନ୍ଦ୍ର ମେଘା, ନୋଜ ଲୁହା, ଚଞ୍ଚଲା ସାଗର, ସରୋଜ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!