ଟିଟିଲାଗଡ଼ରେ ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ

1 min read
Spread the love

ବଲାଙ୍ଗୀର ଜିଲ୍ଲାର ତତଲାଗଡ ରୁପେ ଚିର ପରିଚିତ ଟିଟଲାଗଡ ଉପଖଣ୍ଡ ଅଞ୍ଚଳ ରେ ଅତୀତ ରେ ୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯିବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ର ବିଷୟ ପାଲଟିଥିଲା । ଏହି ଉତ୍ତପ୍ତ ଅଞ୍ଚଳ ରେ ଜଳ ସ୍ତର ହ୍ରାସ ନେଇ ମୁଖ୍ୟ ସମସ୍ୟା ପାଲଟିଥିବା ବେଳେ ତେଲ ନଦୀ ରୁ ପାଇପ ଲାଇନ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ଥିଲା। ଏ ନେଇ ନିର୍ବାଚନ ବର୍ଜନ ସହ ଦୀର୍ଘ ବର୍ଷ ଆନ୍ଦୋଳନ କରାଯାଇଥିଲା । ପାନୀୟ ଜଳ ଯୋଗାଣ ନିୟମିତ ଏପରିକି ସପ୍ତାହ କୁ ଥରେ ଦୁଇ ଥର ପାନୀୟ ଜଳ ଯୋଗାଣ ହୋଇ ଆସିବା ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଆସୁଥିଲା। ଏହି ସମସ୍ୟାକୁ ନେଇ ଟିଟିଲାଗଡ ନିକଟସ୍ଥ ବାନ୍ଧୂପଲା ଗ୍ରାମ ଠାରେ ଜାତୀୟ ରାଜପଥ ୫୯ କୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ଉତ୍କଟ ଗ୍ରୀଷ୍ମ ପ୍ରବାହ ସହ ପାନୀୟ ଜଳ ସମସ୍ୟାକୁ ନେଇ ଗରା, ବାଲ୍ଟି ଆଦି ଧରି ଅବରୋଧ କରି ରଖିଥିଲେ। ଶେଷରେ ପ୍ରଶାସନିକ ଅଧିକାରି ଆସି ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ପରେ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!