ରାଉରକେଲା ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ନୀଲାଦ୍ରୀ ବିଜେ ନୀତି

1 min read
Spread the love

ପବିତ୍ର ଘୋଷ ଯାତ୍ରାର ଶେଷ ପର୍ଯ୍ୟାୟ ହେଉଛି ନିଳାଦ୍ରୀ ବିଜେ। ଏହି ଦିନ ରଥରୁ ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଅନ୍ୟ ଠାକୁରମାନଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ। ଏହି ନୀତିକୁ ନିଳାଦ୍ରୀ ବିଜେ କୁହାଯାଏ।

ଏହି ବିଜେ ସମୟରେ ରଥ ଯାତ୍ରା ସମୟରେ ପହଣ୍ଡି କରି ଠାକୁରମାନଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥାଏ। ଏହି କ୍ରମରେ ରାଉରକେଲା ସହରର ବିଭିନ୍ନ  ଜଗନ୍ନାଥ ମନ୍ଦିରରେ ନିଳାଦ୍ରୀ ବିଜେ ନୀତି ପାଳିତ ହୋଇଛି। ବିଶେଷ କରି ସେକ୍ଟର-୩ ସ୍ଥିତ ଅହିରାବନ୍ଧ ମନ୍ଦିରରେ ଏହି ନୀତି ପାଳନ ବେଶ୍‌ ଆଡ଼ମ୍ବର ସହିତ ହୋଇଯାଇଛି। ଏହି ଅବସରରେ ଘଣ୍ଟ, ଘଣ୍ଟା ଓ ବାଜାର ତାଳେ ତାଳେ ଓ ଭଜନ ସମାରୋହ ମଧ୍ୟରେ ଠାକୁରମାନଙ୍କୁ ମନ୍ଦିରକୁ ନିଆଯାଇଥିଲା।

ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ଏକ ନୃତ୍ୟନାଟିକା ପ୍ରଦର୍ଶନ ଅନ୍ୟତମ ଆକର୍ଷଣ ଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ସହିତ ମନ୍ଦିର ପରିଚାଳନା ସମିତିର ମୁଖ୍ୟ ଟ୍ରଷ୍ଟି ଗିରିଜା ଶଙ୍କର ଦ୍ବିବେଦୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!