ଶିଶୁ ଶ୍ରମିକ ମୁକ୍ତ ଓଡିଶା ସଂକଳ୍ପ ନେଇ ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ
1 min read
ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ଏଡ଼ ଏଟ୍ ଏକ୍ସନ୍ ଓ ୟୁନିସେଫ ଦ୍ୱାରା ଟିଟଲାଗଡ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଠାରେ ବିଭିନ୍ନ ଗୋଷ୍ଠୀଙ୍କୁ ନେଇ ଶିଶୁ ଶ୍ରମିକ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ୍, ଉପାଧ୍ୟକ୍ଷା ପୁଷ୍ପ ମଞ୍ଜରୀ ଜାଲ, ଉପଖଣ୍ଡ ଶ୍ରମ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏସ୍ ଡି ପିଓ ଅଙ୍କିତା କୁମ୍ଭାର , ସହକାରୀ ଜିଲ୍ଲାପାଳ ଚନ୍ଦ୍ର କୁମାର ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ସିଡ଼ିପିଓ ଶ୍ରୀମତୀ କାନ୍ତିଲତା ସାହୁ, ଜିଲ୍ଲା ସଂଯୋଜିକା ସୁଶ୍ରୀ ସନ୍ଧ୍ୟାରାଣୀ ପତି ତଥା ସହର ର ବିଭିନ୍ନ ୱାର୍ଡର କାଉନସିଲର, ସ୍ଵୟଂ ସହାୟକ ମହିଳା ସଂଘ, ଅଙ୍ଗନୱାଡି କର୍ମୀ, ବ୍ୟବସାୟିକ ସଂଘ କର୍ମକର୍ତ୍ତା ଯୋଗ ଦେଇ ସଭା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ପୌର ପରିଷଦର ଅଧିକାରୀ ଶ୍ରୀ ଦୀପ୍ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ, ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ବେହେରା ଶିଶୁ ଶ୍ରମିକ ଆଇନ ବିଷୟ ରେ ବୁଝେଇବା ସହ ଶିଶୁ ଶ୍ରମିକ ଙ୍କୁ ନିୟୋଜିତ କରୁଥିବା ବ୍ୟକ୍ତି କୁ ୫୦ହଜାର ଟଙ୍କା ଜୋରିମାନା ସହ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥାଏ ବୋଲି ସୂଚନା ଦେଇଥିଲେ। ଏଡ଼ ଏଟ୍ ଏକ୍ସନ୍ ର ଜିଲ୍ଲା ସଂଯୋଜକ ସୁଶ୍ରୀ ସନ୍ଧ୍ୟାରାଣୀ ପତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ନିର୍ଦ୍ଦେଶାବଳୀ ବିଷୟରେ କହିଥିଲେ। ପୌର ଅଧ୍ୟକ୍ଷା ଶ୍ରୀମତୀ ଜୈନ୍ ଟିଟିଲାଗଡ ଅଂଚଳରେ ପୋଷ୍ଟର, ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦେବା ସହ କିପରି ଭାବରେ ଶିଶୁ ଶ୍ରମିକ ମୁକ୍ତ ହେବ ତାହା ବିଷୟ ରେ ଆଲୋକପାତ କରି ଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶିଶୁ ଶ୍ରମିକ ସମସ୍ୟା କୁ ବନ୍ଦ କରିବା ରେ ପୋଲିସ ର ଭୂମିକା ବିଷୟ ରେ ବିଶଦ ଭାବେ ନିଜ ମତ ପ୍ରକାଶ କରି ଥିବା ବେଳେ ଆଇନ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ ବୋଲି ସେହି ବିଷୟ ରେ ନିଷ୍ପତି ନିଆଯାଇ ଥିଲା ।
ବୈଠକରେ ଆସିଥିବା ବିଭିନ୍ନ ବ୍ୟବସାୟିକ ସଂଘ ନିଜ, ନିଜ ମତାମତ ପ୍ରକାଶ କରିଥିବା ବେଳେ ସନ୍ଧ୍ୟାରାଣୀ ପତି ଧନ୍ୟବାଦ ଅର୍ପଣ କରିଥିଲେ ।