ରଥ ଖଳାରେ ଜଗନ୍ନାଥ ସଂସ୍କୃତିକୁ ନେଇ ଚିତ୍ରକଳା ପ୍ରଦର୍ଶନ
1 min read
ରାଉରକେଲା ସହରର ଅହିରାବନ୍ଧ ଜଗନ୍ନାଥ ମନ୍ଦିରର ରଥଖଳାରେ ରାଉରକେଲା କାନ୍ଭାସ୍ ପକ୍ଷରୁ ଆୟୋଜିତ ହୋଇଛି ଚିତ୍ରକଳା ପ୍ରଦର୍ଶନୀ। ରାଉରକେଲା କାନ୍ଭାସ୍ ଅନୁଷ୍ଠାନର ଦିଲ୍ଲୀପ ଦାସଙ୍କ ସୂଚନା ମୁତାବକ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ରଥଯାତ୍ରାଠାରୁ ଆରମ୍ଭ ହୋଇଥିବା ଚିତ୍ରକଳା କର୍ମଶାଳା ମାଧ୍ୟମରେ ବିଭିନ୍ନ ଚିତ୍ର ଅଙ୍କନ କରାଯାଇଛି। ଏହାର ପ୍ରଦର୍ଶନ ରଥକଳାଠାରେ ଅଧର ପଣା ଦିନ ପର୍ଯ୍ୟନ୍ତ ହେବ। ଏହି ପ୍ରଦର୍ଶନୀ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ହେଉଥିବା ସୂଚନା ଦିଆଯାଇଛି ।