ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୃହ ଆବଣ୍ଟନ ଦୁର୍ନୀତି ମୁକ୍ତ ସମ୍ପର୍କରେ ଦାବିପତ୍ର
1 min read
ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୃହ ଆବଣ୍ଟନ ଦୁର୍ନୀତି ମୁକ୍ତ କରିବାପାଇଁ ଇଣ୍ଡିଆନ ଭେଟରାନ୍ ଅର୍ଗନାଇଯାସନ୍, ସୁନ୍ଦରଗଡ଼ ଶାଖାର ଜିଲ୍ଲା ସଭାପତି ଚକ୍ରାନ୍ତ ଜେନାଙ୍କ ଦ୍ୱାରା ମହାମହିମ ରାଷ୍ଟ୍ରପତି ଦ୍ରପୋତି ମୁର୍ମୁ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପ୍ରଦାନ କରିଛନ୍ତି। ଏହା ସହ ଏହି ଦୁର୍ନୀତିରେ ଲିପ୍ତ ଥିବା ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଂଗଠନ ର ରାଜ୍ୟ ସଭାପତି ଲଳିତା ପ୍ରେମ ସିଲା ଲାକ୍ରା, ଜିଲ୍ଲା ଉପସଭାପତି ରୋଲାନ ବୁଡ଼, ମାନବ ଅଧିକାର ସୁରକ୍ଷା କର୍ମୀ ଦୀପିକା ଲାକ୍ରା, ଏବଂ ଅବିନାଶ ଶୁକ୍ଳା ଉପସ୍ଥିତ ଥିଲେ।