ଦ୍ୱିତୀୟ ବ୍ରାହ୍ମଣୀ ସେତୁରୁ ଗର୍ଜନ ରାସ୍ତା ଅବସ୍ଥା ବେହାଲ: ବର୍ଷା ଅଧିକ ହେଲେ ବଢ଼ିବ ସମସ୍ୟା

1 min read
Spread the love

ରାଉରକେଲା ସହର ଉପକଣ୍ଠରେ ଥିବା ଗର୍ଜନ ଅଞ୍ଚଳ ସହିତ ଦୟାନନ୍ଦ ନଗର ନିକଟ ଦେଇ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ ହୋଇଥିବା ଦେଖିବାକୁ ମିଳିଛି। ଗତ ୪ଦିନ ପୂର୍ବେ ହୋଇଥିବା ବର୍ଷା ଯୋଗୁଁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖଣ୍ଡିଆ ହୋଇଯିବା ସହ ଗାତ ହୋଇଯାଇଛି। ଏହି ରାସ୍ତାରେ ପ୍ରତିଦିନ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ଯାତାୟତ କରିଥାନ୍ତି।

ଆସନ୍ତା ଦିନରେ ବର୍ଷାର ମାତ୍ରା ଅଧିକ ହେଲେ ଏହି ରାସ୍ତାର ଅବସ୍ଥା ଅଧିକ ଖରାପ ହେବାର ଆଶଙ୍କା ଦେଖାଦେଇଛି। ଏହା ବ୍ୟତୀର ଏହି ରାସ୍ତାର କେତେକ ସ୍ଥାନର ପାର୍ଶ୍ୱରେ ଖୋଳା ହୋଇ ଗାତ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ରାସ୍ତାର ମରାମତି କରାଯିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!