ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମୀରେ ଭର୍ତ୍ତି ପାଇଁ ମନୋନୟନ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ପରିଚାଳିତ ସେଲ ହକି ଏକାଡେମୀରେ ନାମଲେଖା ପାଇଁ କ୍ୟାଡେଟ ଚୟନ ନିମନ୍ତେ ମନୋନୟନ ପରୀକ୍ଷା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ହୋଇଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୫୦ ଜଣ ହକି ପ୍ରତିଭା ମନୋନୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ରାଉରକେଲାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୧୪ରୁ ୧୬ ବର୍ଷ ବୟସବର୍ଗର ୮୪ ଜଣ ଯୁବ ପ୍ରତିଭାଙ୍କୁ ବୟସ, ଉଚ୍ଚତା ଓ ଓଜନ ପରୀକ୍ଷା ଆଧାରିତ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଗ୍ୟ ଘୋଷିତ କରାଯାଇଥିଲା। ଏହି କ୍ରୀଡା ଦକ୍ଷତା, ଫିଟନେସ ତଥା ସେମାନଙ୍କର  ମନୋଭାବ ଏବଂ ଉତ୍ସାହର ମୂଲ୍ୟାଙ୍କନ କରାଯିବ। ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଉପଅଧିନାୟକ ତଥା ସେଲ ହକି ଏକାଡେମୀର ପୁରାତନ କ୍ୟାଡେଟ ବିରେନ୍ଦ୍ର ଲାକ୍ରାଙ୍କ ସମେତ ଅଭିଜ୍ଞ କ୍ରୀଡା ବିଶେଷଜ୍ଞ, ବୟୋଜ୍ୟେଷ୍ଠ ଖେଳାଳୀ ଏବଂ ପ୍ରଶିକ୍ଷକଙ୍କୁ ନେଇ ଗଠିତ ଏକ କମିଟି ଏହି ମନୋନୟନ କାର୍ଯ୍ୟ ସମ୍ପନ୍ନ କରୁଛନ୍ତି। ମନୋନୟନ ପ୍ରକ୍ରିୟା ଜୁନ ୩୦ ତାରିଖରେ ଶେଷ ହୋଇଛି। ମନୋନୟନ ପ୍ରକ୍ରିୟା କାଳରେ ସମସ୍ତ ଖେଳାଳୀମାନଙ୍କୁ ମାଗଣା ରହିବା ଓ ଖାଇବା ଯୋଗାଇଦିଆଯାଇଥିଲା। 

ଚୟନ ହୋଇଥିବା କ୍ୟାଡେଟ ମାନେ ଅତ୍ୟାଧୁନିକ ସିନ୍ଥେଟିକ୍ ଟର୍ଫ, ମନୋରମ ଗ୍ୟାଲେରୀ ଏବଂ ପାଭିଲିୟନ, କମ୍ପ୍ୟୁଟରାଇଜଡ୍ ସ୍ପ୍ରିଙ୍କଲର ଏବଂ ନବୀକୃତ ଅନ୍ୟାନ୍ୟ ଭିତ୍ତିଭୂମିରେ ସୁସଜ୍ଜିତ ସଦ୍ୟ ନବୀକୃତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ରେ ଏନଆଇଏସ ସ୍ଵୀକୃତ ପ୍ରଶିକ୍ଷକଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ଲାଭ କରିବେ। ଏହି ଷ୍ଟାଡିୟମ୍  ଏଫଆଇଏଚ ବର୍ଗ ୨ ହକି ଫିଲ୍ଡ ସାର୍ଟିଫିକେଟ୍ ରେ ପ୍ରମାଣିତ ଅଟେ ଯାହା ଏହାକୁ ବର୍ଗ ୨ ସ୍ତରୀୟ ଜାତୀୟ ଏବଂ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବାର ଯୋଗ୍ୟତା ପ୍ରଦାନ କରୁଛି।

Leave a Reply

Your email address will not be published. Required fields are marked *

error: Content is protected !!