Skip to content
ରାଉରକେଲା ସହରର ସେକ୍ଟର-୧୫ ସ୍ଥିତ କମ୍ୟୁନିଟି ସେଣ୍ଟର ନିକଟସ୍ଥ ମାର୍କେଟ ଛକରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟି ମୋଟ ୩ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ଗୋଟିଏ ସୁଜୁକି କାର୍କୁ ନିଜ ପିତାଙ୍କ ଉପସ୍ଥିତିରେ ଜଣେ ନାବାଳକ ଚଳାଉଥିଲେ । ଏହି ସମୟରେ ବ୍ରେକ୍ ବଦଳରେ ଏକ୍ସଲେଟର ଦବାଇବା ଯୋଗୁଁ କାର୍ଟି ଏକ ଡେକୋରେଟର ଦୋକାନ ଭିତର ପଶିଯାଇଥିଲା ।
ଏହାଫଳରେ ଦୋକାନର କାନ୍ଥ କିଛି ଅଂଶ ଭାଙ୍ଗିଯାଇଛି । ଏହି ସମୟରେ ଦୋକାନର ଦୁଇଜଣ କର୍ମଚାରୀ ସେଠାକୁ ଆସୁଥିଲେ । ସେମାନେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହା ସହିତ କାର୍ ଚଳାଉଥିବା ନାବାଳକ ଜଣକ ମଧ୍ୟଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇ ସେକ୍ଟର-୧୫ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।
Post Views: 95
error: Content is protected !!