ଦୁଇ ବାଇକ୍ ଆରୋହୀ ମୃତ୍ୟୁ : ୧୭ ଘଣ୍ଟା ପରେ ଉଠିଲା ଶବ ଏବଂ ହଟିଲା ରାସ୍ତାରୋକ
1 min read
ପ୍ରସାଶନ ଓ ସ୍ଥାନୀୟ କମ୍ପାନୀ କର୍ତ୍ତୃପକ୍ଷ ଙ୍କ କ୍ଷକ୍ଷତିପୂରଣ ପ୍ରତିଶ୍ରୁତି ପରେ ଓହରିଲେ ଗ୍ରାମବାସୀ
ବୁଧୁବାର କୋଇଡାରେ ବାହୁଡା ଯାତ୍ରା ଦେଖିବାକୁ ଏକ ବାଇକ୍ ଯୋଗେ ଆସିଥିଲେ କେଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତ କଳମଙ୍ଗ ଗ୍ରାମର ତିନି ଜଣ ବନ୍ଧୁ ଅଜିତ ମୁଣ୍ଡା, ଜଗଦିଶ ଦେହୁରୀ ଓ ବିକ୍ରମ ମୁଣ୍ଡା। ବାହୁଡ଼ା ଯାତ୍ରା ଦେଖି ସାରିବା ପରେ ପ୍ରାୟ ୮ ଘଟିକା ସନ୍ଧ୍ୟା ରେ ତିନି ସାଙ୍ଗ ଫେରୁଥିଲେ ନିଜ ଗ୍ରାମକୁ। ଏହି ସମୟରେ ଗ୍ରାମର ଅଳ୍ପ ଦୂରରେ ଥିବା ସାଗାସାହି ନିକଟ ରାସ୍ତାରେ ପଛପଟୁ ଏକ ଟ୍ରକ୍ ସହ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଅଜିତ୍ ଓ ଜଗଦିଶ ଙ୍କର ମୃତ୍ୟୁ ଘଟିଥିଲା ଓ ବିକ୍ରମ ଗୁରୁତର ଅବସ୍ଥାରେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗୁରୁତର ଅବସ୍ଥାରେ ବିକ୍ରମ ମୁଣ୍ଡା ଙ୍କୁ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଦୁଇ ଜଣ ମୃତକଙ୍କ ଶବ ଘଟଣାସ୍ଥଳରେ ପଡି ରହିଥିଲା। କୋଇଡ଼ା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ କ୍ଷତିପୂରଣ ଦାବୀ ସହ ପରିବାର ବୃନ୍ଦ ଓ ଗ୍ରାମବାସୀ ଶବ ଉଠାଇବା ପାଇଁ ଦେଇ ନ ଥିଲେ। ରାତିସାରା କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଓ ତହସିଲଦାର ଡି ଏସ ସୁଭଦର୍ଶୀ ଜୋସୀ ଲୋକଙ୍କୁ ବୁଝାଇବା ଯେତେ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଦାବୀ ଥିଲା ନିକଟରେ ଥିବା ସାଗାସାହି ମିତ୍ତଲ ଖଣି ର ପରିବହନ ଯୋଗୁଁ ଦୃଘଟଣା ଘଟୁଛି ସେଥିପାଇଁ ଖଣି କର୍ତ୍ତୃପକ୍ଷ ପରିବାର ବର୍ଗ ଙ୍କୁ ୫୦ ଲକ୍ଷ ନଗଦ ସହ ଖଣିରେ ନିଯୁକ୍ତି ଦିଅନ୍ତୁ ।

ଗୁରୁବାର ଗ୍ରାମବାସୀ ଙ୍କ ଦାବୀ ନେଇ ଖଣି କର୍ତ୍ତୃପକ୍ଷ, ପରିବହନ ସଂସ୍ଥା, ପ୍ରସାଶନିକ ଅଧୀକାରୀ ଏବଂ ବଣାଇଁ ଉପଖଣ୍ଡ ପୋଲିସ୍ ଅଧିକାରୀଙ୍କ ସ୍ମଏତ କୋଇଡା ତହସିଲଦାର, କୋଇଡା ଥାନା ଅଧିକାରୀଙ୍କ ସହିତ ଏକାଧିକ ବୈଠକ ହୋଇଥିଲା। ଶେଷରେ ମୃତକଙ୍କ ପରିବାର ବର୍ଗର ପାଞ୍ଚ ଜଣକୁ ମାସିକ ଭତ୍ତା ଆକାରରେ ଦିଆଯିବା ସହ ଉଭୟ ମୃତ ପରିବାର ବର୍ଗ ଙ୍କୁ ୪ ଲକ୍ଷ ଟଙ୍କା ସହ ସରକାରୀ ସହାୟତା ରାଶି ପ୍ରଦାନ କରାଯିବା , ଗୁରୁତର ବିକ୍ରମ ମୁଣ୍ଡା ର ସମସ୍ତ ଚିକିତ୍ସା ଖର୍ଚ୍ଚ ଓ ଶୁଦ୍ଧିକ୍ରିୟା ପାଇଁ ରାଶି ପ୍ରଦାନ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଗୁରୁବାର ଅପରାହ୍ନ ୨ ଘଟିକା ସମୟରେ ଘଟଣାସ୍ଥଳରୁ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା । ଏହା ସହିତ ରାସ୍ତା ରୋକୋ ମଧ୍ୟ ହଟିଥିଲା।