ରୋଟାରୀ କ୍ଲବ୍‌ ମିଡ୍‌ ଟାଉନ ପକ୍ଷରୁ ହାଇ-ଟେକ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ନୂତନ ଡାଇଲାସିସ୍ କେନ୍ଦ୍ରର ସ୍ଥାପନା

1 min read
Spread the love

ରାଉରକେଲାରେ ଥିବା ହାଇଟେକ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ରୋଟାରୀ କ୍ଲବ୍‌ ମିଡ୍‌ ଟାଉନ, ରାଉରକେଲା ପକ୍ଷରୁ ଏକ ନୂତନ ଡାଇଲାସିସ୍‌ ୟୁନିଟ ସ୍ଥାପନା କରାଯାଇଛି। ଏଥିପାଇଁ ହୋଇଥିବା ଉଦ୍‌ଘାଟନ ଉତ୍ସବରେ ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି ଏବଂ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ରୋଟାରୀ କ୍ଲବ୍‌ ମିଡ୍‌ ଟାଉନ, ରାଉରକେଲାର ସଭାପତି ଡାକ୍ତର ଏସ୍‌ କେ ମେହେର, ରୋଟାରୀ ଗଭର୍ଣ୍ଣର ମନ୍‌ଜିତ ସିଂହ ଆରୋରା ଓ ପୂର୍ବତନ ଗଭର୍ଣ୍ଣର ଫକୀର ଚରଣ ମହାନ୍ତି ଏବଂ ହାଇଟେକ୍‌ ମେଡିକାଲ କଲେଜ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ସୁଶାନ୍ତ ଆଚାର୍ଯ୍ୟ  ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂତନ ଡାଇଲାସିସ୍ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ବର୍ଗର ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ହାଇଟେକ ମେଡିକାଲ କଲେଜ ଓ ହସ୍‌ପିଟାଲାର ଅଧିକାରୀ, ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!