ରାଉରକେଲା ସହରର ବିଭିନ୍ନ ସ୍ଥାନରେ ପାଳିତ ହେଲା ଇଦ୍-ଉଲ୍ ଜୁହା
1 min read
ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ବକ୍ରି ଇଦ ଭାବେ ଜଣାଶୁଣା ଏହି ପର୍ବ ମୁସଲମାନ ସମ୍ପ୍ରଦାୟର ଦ୍ୱିତୀୟ ବୃହତ ପର୍ବ। ଏହି ପର୍ବ ହେଉଛି ତ୍ୟାଗ ଓ ବଳିଦାନ ଭାବନାକୁ ସମ୍ମାନ କରିବା। ଏହାସହିତ ସମାଜରେ ଏକତା ଓ ଭାଇଚାରାର ପ୍ରସାର। ଏହି କ୍ରମରେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ମୁସଲମାନ ଭାଇମାନେ ଗୁରୁବାର ସକାଳୁ ମସଜିଦ ଯିବା ସହ ଇଦ୍ଗା ପଡ଼ିଆଠାରେ ନମାଜ ପାଠ କରିଥିଲେ।

ଏହାପରେ ଜଣେ ଅନ୍ୟଜଣଙ୍କୁ ଆଲିଙ୍ଗନ କରି ଏହି ପର୍ବର ଶୁଭେଚ୍ଛା ଜଣାଇଥିଲେ। ଏହି କ୍ରମରେ ରାଉରକେଲା ସହରର ସେକ୍ଟର-୧୫ ସ୍ଥିତ ମସ୍ଜିଦ ଏବଂ ନାଲା ରୋଡ୍ର ହସନପୁର ସ୍ଥିତ ଇଦ୍ଗା ପଡ଼ିଆ ଆଦି ସ୍ଥାନରେ ଏହି ଅବସରରେ ସାମୁହିକ ପ୍ରାର୍ଥନା ବା ନମାଜ ପାଠ କରାଯାଇଥିଲା। ଏହି ଅବସରରେ ନାଲା ରୋଡ୍ ସ୍ଥିତ ହସନପୁର ଇଦ୍ଗା ପଡ଼ିଆଠାରେ ସାମୁହିକ ନମାଜ ପାଠ କରାଯାଇଥିଲା।

ଏଥିରେ ଶହ ଶହ ସଂଖ୍ୟାରେ ବିଭିନ୍ନ ବୟଷର ମୁସଲମାନ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଇଶ୍ୱର ବା ଆଲ୍ହାଙ୍କ ଉଦ୍ଦେଶ୍ୟରେ ନମାଜ ପାଠ ବା ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ନେତା ଗଗନ ପଣ୍ଡା, ସୁଦାମ ଦାସଙ୍କ ସମେତ ରାଉରକେଲା ବିଧାୟକ ତଥା ସାରଦା ପ୍ରସାଦ ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିଥିଲେ।