ବିଶ୍ଵ ପ୍ରସିଦ୍ଧ ବାହୁଡା଼ ଯାତ୍ରା ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକର ସେବା କାର୍ଯ୍ୟ

1 min read
Spread the love

ସର୍ବ ଭାରତୀୟ ଆଜାଦ୍ ଠେଙ୍ଗା ବାହିନୀ ଓ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ମିଳିତ ସହଯୋଗ ଦ୍ୱାରା ପବିତ୍ର ବାହୁଡ଼ା ଯାତ୍ରା, ମହାପ୍ରଭୂ ଶ୍ରୀଜଗନ୍ନାଥ, ପ୍ରଭୂ ବଳଭଦ୍ର ଓ ମା ଦେବୀ ସୁଭଦ୍ରା ଙ୍କ ଦର୍ଶନ ଆଶ୍ରିବାଦ୍ ପ୍ରାପ୍ତ ନିମନ୍ତେ, ଲକ୍ଷ ଲକ୍ଷ ଭକ୍ତ ଙ୍କ ସହଯୋଗରେ ବାହୁଡା଼ ଯାତ୍ରା ସମ୍ପନ୍ନ ହୋଇଛି । ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସଭ୍ୟ ମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗରେ ଖାଦ୍ୟ-ପେୟ ଓ ଜଳୀୟ ପାନ ର ବ୍ୟବସ୍ଥା ର ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି। ସ୍ବେଛାସେବୀ ଙ୍କ ଅକ୍ଲାନ୍ତ ପରିଶ୍ରମ ସହିତ ଏହି କାର୍ଯ୍ୟକ୍ରମ ରେ ରାସ୍ତା ଘାଟ ପରିଷ୍କାର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ବଣ୍ଟନ, ସୂଚନା ପ୍ରଦାନ ଆଦି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

 

ସାଧାରଣଙ୍କ ଜନତା ଙ୍କୁ ହଇରାଣ କରୁଥିବା, ବ୍ୟକ୍ତିଙ୍କ ମାନବିକ ଅଧିକାରର ପରାମର୍ଶ, ସୁରକ୍ଷା, ପ୍ରୋତ୍ସାହନ ଏବଂ ରକ୍ଷା ପାଇଁ ବିଶେଷଜ୍ଞ ରୂପରେ କାର୍ଯ୍ୟ କରି ଆସୁଛନ୍ତି। ଆମର ବିଶେଷଜ୍ଞ ଦଳ ଜାତି, ଧର୍ମ, ଲିଙ୍ଗ ଏବଂ ଭାଷାର କୌଣଷି ବିନା ଭେଦଭାବ ରେ,  ମିଳିତ ଭାବରେ ମାନବ ଅଧିକାର ରକ୍ଷାକାରୀ, ମିଳିତ ସଂଗଠନ ଭାବରେ ଜାତି ସଙ୍ଘର ନିୟମ ଓ କାନୁନ୍ ମାନି ସମଗ୍ର ବିଶ୍ଵ ରେ ପ୍ରମାଣିତ ହୋଇଛି ବୋଲି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଅଧ୍ୟକ୍ ଓ ପ୍ରତିଷ୍ଟାତା ଶ୍ରୀଯୁକ୍ତ ମୀନ କେତନ ପଟ୍ଟନାୟକ କହଛନ୍ତି।

 

ସମ୍ପ୍ରତି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସଂସ୍ଥା ଜାତିସଂଘରୁ ଇକୋସୋକ୍ ପ୍ରମାଣପତ୍ର ପ୍ରାପ୍ତ କରିଛନ୍ତି । ଜାତିସଙ୍ଘ ଇକୋସୋକ୍ ଲକ୍ଷ୍ୟ ହେଉଛି, ସମଗ୍ର ବିଶ୍ୱର ନିରନ୍ତର ବିକାଶର ତିନୋଟି ଦିଗ – ସମାଜରେ ଅର୍ଥନ୍ୟେତିକ, ସାମାଜିକ ଏବଂ ପରିବେଶ କୁ ସମଗ୍ର ବିଶ୍ୱରେ ସେବା ର ପ୍ରତୀକ ବୋଲି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଗଲ୍ଫ ଦେଶ ର ସଭାପତି ଓ ଆନ୍ତର୍ଜାତୀୟ ସାଧାରଣ ସମ୍ପାଦକ ବିଶ୍ଵ ରଞ୍ଜନ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!