ଡାଲମିଆ ଭାରତ ପକ୍ଷରୁ ରଥ ଯାତ୍ରା ୨୦୨୩ ଅବସରରେ ଓଡ଼ିଶାର ଅଗ୍ରଣୀ ରଥ ଶିଳ୍ପକାରଙ୍କୁ ଡିଏସ୍‌ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନରେ ସମ୍ମାନିତ

1 min read
Spread the love

ସହରର ଅନାଥାଶ୍ରମର ସ୍ୱତନ୍ତ୍ର ପିଲାଙ୍କ ସହିତ କମ୍ପାନୀ ଉତ୍ସବ ପାଳନ କଲା

ଭାରତର ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌) ତାହାର ‘ସାଲୁ୍ୟଟିଂ ଦି ଏକ୍ସପର୍ଟ’ ପ୍ରୟାସର ଅଂଶସ୍ୱରୂପ ପୁରୀରେ ରଥଯାତ୍ରା ଅବସରରେ ଆଜି ଖ୍ୟାତିସମ୍ପନ୍ନ ରଥ ଶିଳ୍ପକାରମାନଙ୍କୁ ସମ୍ମାନିତ କରିଛି । ଓଡ଼ିଶାର ରଥ ଶିଳ୍ପକାର ଏବଂ ଡାଲମିଆ ଡିଏସ୍‌ପି ସିମେଣ୍ଟ ‘ଢଳାଇ ଏକ୍ସପର୍ଟ’ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଦ୍ୱତା ମଧ୍ୟରେ ପୂର୍ବାଞ୍ଚଳରେ ଥିବା ସମାନତାକୁ ପାଳନ କରିବାକୁ ଯାଇ କମ୍ପାନୀ ଚାରିଜଣ ବିଖ୍ୟାତ ଶିଳ୍ପକାରଙ୍କୁ ସେମାନଙ୍କର ଉଚ୍ଚକୋଟୀର କାରିଗରୀ ପାଇଁ ଡିଏସ୍‌ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ପ୍ରଦାନ କରିଛି। ଏହି ଉତ୍ସବରେ ନାରାୟଣ ମହାରଣା,  ଗଣେଶ୍ୱର ମହାପାତ୍ର (ରୂପକାର), ଦେବଦତ୍ତ ମହାରଣା (ଚିତ୍ରକର) ଏବଂ ଜଗନ୍ନାଥ ମହାରଣାଙ୍କ ହସ୍ତନିର୍ମିତ ରଥଗୁଡିକ ସମ୍ମୁଖରେ ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ଏକ ପ୍ରଶସ୍ତି ଫଳକ, ଏକ ଶାଲ୍‌ ଏବଂ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ସମ୍ମାନ ଆକାରରେ ପ୍ରଦାନ କରାଯାଇଥିଲା ।

୨୦୨୨ରେ ଆରମ୍ଭ ହୋଇଥିବା ଡାଲମିଆ ଭାରତର ‘ସାଲ୍ୟୁଟିଙ୍ଗ ଦି ଏକ୍ସପର୍ଟ’ ପ୍ରୟାସ ମହାରଣା ସମୁଦାୟଙ୍କ ନିମନ୍ତେ ଉତ୍ସର୍ଗୀକୃତ, ଯେଉଁମାନେ ରଥ ନିର୍ମାଣ କରି ଓଡ଼ିଶାର ଅନନ୍ୟ କାରିଗରୀ ପରମ୍ପରାକୁ ସଂରକ୍ଷିତ ରଖିବା ସହିତ ରାଷ୍ଟ୍ରର ସମୃଦ୍ଧ ସାଂସ୍କୃତିକ ବିବିଧତା ସହିତ ଯୋଗ କରୁଛନ୍ତି । ସେମାନଙ୍କର ବିଶାରଦ କାରିଗରୀ ଚାତୁରୀ ଏବଂ ଦୃଢ ଏକାଗ୍ରତା ଜରିଆରେ ସେମାନେ ଅତି ଯତ୍ନର ସହିତ ବିଶ୍ୱସ୍ତରରେ ସ୍ୱୀକୃତ ଜଗନ୍ନାଥ ରଥ ଯାତ୍ରା ଏବଂ ଏହାର ମହାର୍ଘ ପ୍ରଥାକୁ ବଜାୟ ରଖିଛନ୍ତି ଏବଂ ଏହାର ନିରନ୍ତରତା ତଥା ଗରିମାକୁ ସୁନିଶ୍ଚିତ କରୁଛନ୍ତି । ଏହି ଅବସରରେ ପ୍ରକାଶ କରି କମ୍ପାନୀର ମୁଖପାତ୍ର “ରାଜ୍ୟ ଏବଂ ଏହାର ଜନସାଧାରଣଙ୍କ ସହିତ ଡାଲମିଆ ଭାରତର ଦୀର୍ଘବର୍ଷର ସଂପୃକ୍ତି ଆମକୁ ଓଡ଼ିଶା ଏବଂ ଏହାର ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିଛି ବୋଲି କହିଥିଲେ। ଆମେ ସେହି ରଥ ଶିଳ୍ପକାରମାନଙ୍କୁ ସମ୍ମାନିତ କରି ଗୋୖରବାନ୍ୱିତ ମନେକରୁଛୁ, ଯେଉଁମାନଙ୍କର ବିଦ୍ୱତା ଅତୁଳନୀୟ ଏବଂ ଯାହା ଆମ ରାଷ୍ଟ୍ରର ଅନନ୍ୟ ଐତିହ୍ୟ କଳାକୃତିକୁ ସଂରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି ସମୁଦାୟଙ୍କ ସହିତ ଆମେ ନିବିଡ ଭାବରେ ସଂଯୁକ୍ତ ରହିଥିବା ମନେକରୁଛୁ ଏବଂ ଏହାର ସମୃଦ୍ଧ ପରମ୍ପରାକୁ ପାଳନ କରୁଛୁ ତଥା ଏକତ୍ରିତ ହେବାର ପ୍ରତିଟି ମୁହୂର୍ତ୍ତକୁ ନେଇ ଆନନ୍ଦ ଅନୁଭବ କରୁଛୁ ବୋଲି କହିଥିଲେ।”

ଭୁବନେଶ୍ୱରରେ ଆୟୋଜିତ ଏକ ପୃଥକ କାର୍ଯ୍ୟକ୍ରମରେ ଡିଲର ସହଭାଗୀ ସଞ୍ଜୟ କୁମାର ବିଜୟ କୁମାରଙ୍କ ସହିତ ମିଳିତ ଭାବରେ ଏକ ପୃଥକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଠାରେ ସେମାନଙ୍କ ଡିଲର ସ୍ଥଳରେ ଏକ ରଥ ନିର୍ମାଣ କରାଯାଇ ସମସ୍ତ ସହଭାଗୀ- ବିଶେଷକରି ଯେଉଁମାନେ ପୁରୀ ରଥଯାତ୍ରାରେ ଯୋଗଦେବାକୁ ଅସମର୍ଥ, ସେମାନଙ୍କ ସହିତ ମିଳିତ ଭାବରେ ରଥଯାତ୍ରା ପାଳନ କରାଯାଇଥିଲା, କମ୍ପାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ୨୦ ଜଣ ଠିକାଦାରଙ୍କୁ ସମ୍ବର୍ଦ୍ଧିତ କରିଥିଲା ।

ଏହା ସହିତ କମ୍ପାନୀର ସ୍ୱତନ୍ତ୍ର ପ୍ରୟାସ ଭାବରେ ଅବହେଳିତ ପିଲାମାନଙ୍କର ଯତ୍ନ ନେଉଥିବା ରାମକୃଷ୍ଣ ବାଲାଶ୍ରମ ସୁନ୍ଦରପୁର, ଚାନ୍ଦକାର ୩୦ ଜଣ ସ୍ୱତନ୍ତ୍ର ପିଲାଙ୍କୁ ରଥଯାତ୍ରା ଉତ୍ସବର ଭାବକୁ ଅନୁଭବ କରିବା ଏବଂ ଏହା ପାଳନ କରିବା ନିମନ୍ତେ ଏହି ଉତ୍ସବକୁ ଆମନ୍ତ୍ରଣ କରାଯାଇଥିଲା। ଉତ୍ସବ ସମ୍ପର୍କରେ ପିଲାମାନଙ୍କର ଅନୁଭବ ଏବଂ ମାନସିକତାର ଅଭିବ୍ୟକ୍ତିକୁ ଉତ୍ସବ ସ୍ଥଳରେ ଏକ କଳା ରୂପରେ ପ୍ରଦର୍ଶନ କରାଯାଇଥିଲା । ଉତ୍ସବରେ ଡାଲମିଆ ସିମେଣ୍ଟର ସମସ୍ତ ପ୍ରମୁଖ ପୃଷ୍ଠପୋଷକଗଣ ଉପସ୍ଥିତ ଥିଲେ ।  ସେହିଭଳି ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର କଟକ ସ୍ଥିତ କପିଳାସ ସିମେଣ୍ଟ ମାନୁଫାକଚରିଙ୍ଗ ୱାର୍କସ୍‌ (କେସିଏମଡବ୍ଲୁ୍ୟ) ପକ୍ଷରୁ ପୁରୀ ବଡଦାଣ୍ଡରେ ଜିଲ୍ଲାପାଳ, ପୋୖରସଂସ୍ଥା ଏବଂ ସ୍ମାର୍ଟସିଟି ପୁରୀ କର୍ତ୍ତୃପକ୍ଷଙ୍କ ସମର୍ଥନରେ ‘ପରିମଳ ସେବା’ ନାମରେ ଏକ ସଫେଇ ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମ୍ପାନୀର ୩୦ ଜଣ କର୍ମଚାରୀ ଓ ଶ୍ରମିକ ଏହି ମହତ୍‌ ଉଦେ୍ଦଶ୍ୟରେ ଯୋଗଦେବାକୁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଥିଲେ। ଏହି ଅବସରରେ କମ୍ପାନୀ ପକ୍ଷରୁ ରଥଯାତ୍ରା ଶ୍ରଦ୍ଧାଳୁଙ୍କୁ ଜଳଖିଆ ଏବଂ ଜୁସ ବଣ୍ଟନ କରାଯାଇଥିଲା। କମ୍ପାନୀର ଏତାଦୃଶ କାମପାଇଁ ତୀର୍ଥଯାତ୍ରୀମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!