ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକଲ ସୁର ତାଲ ର ୪ ସଦସ୍ୟ ସମ୍ବର୍ଦ୍ଧିତ

1 min read
Spread the love

ରାଉରକେଲା ସହରର ଜଗଦା ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ତରଫରୁ ଏକଲ ସୁର ତାଲ ସଙ୍ଗଠନର ର ୪ଜଣ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରିଷଦର ଅନୁପମ ଗୁପ୍ତାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଶୋକ କକ୍କଡ ସ୍ବାଗତ ଭାଷଣ ସହ ଉପସ୍ଥିତ ସଦସ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ରବି ଦାସ ପରିଷଦର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ଏକଲ ସୁର ତାଲ ର ବରିଷ୍ଠ ସଦସ୍ୟ ତାରଲୋକ ସିଂ ଏକଲ ଅଭିଯାନ ଓ ଏକଲ ବିଦ୍ୟାଳୟ ସଂପର୍କରେ ଆଲୋଚନା କରି ସାରା ଦେଶରେ ୮୪ହଜାର ଏକଲ ବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଛି ବୋଲି କହିଥିଲେ। ଏକଲ ବିଦ୍ୟାଳୟ ର ଅର୍ଥ ଗୋଟିଏ ବିଦ୍ୟାଳୟ ଗୋଟିଏ ଶିକ୍ଷକ। ଏହି ବିଦ୍ୟାଳୟ ଗୁଡିକ ସାଧାରଣତଃ ଅପହଞ୍ଚ ଇଲାକାରେ ଥିବା ଗ୍ରାମ ଗୁଡିକରେ କାମ କରୁଛି । ରାଷ୍ଟ୍ର ନିର୍ମାଣ ଓ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରୁଛି । ଏକଲ ଅଭିଯାନର ଏଭଳି କାର୍ଯ୍ୟକ୍ରମ ଗୁଡିକ ଅନନ୍ୟ ଓ ସ୍ବତନ୍ତ୍ର ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ବିଜେନ୍ଦ୍ର ଗୌର, ଅଞ୍ଜୁ କକ୍କଡ, ବନ୍ଦିତା ମାହାତୋ, ସ୍ନେହଲତା ପାତ୍ର, ବୈଷ୍ଣବ ଚନ୍ଦ୍ର ମହାପାତ୍ର, ସୁସ୍ମିତା ମହାପାତ୍ର, ଗୋଦାବରୀଶ ଶତପଥୀ, ଅମିତାଭ ଠାକୁର, ଅସୀମ ଗୁପ୍ତା, ରୋହିତ ମହନ୍ତ, ଉଦୟ ପ୍ରତାପ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟଙ୍କ ଦ୍ବାରା ବନ୍ଦେ ମାତରମ୍ ସଂଗୀତ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!